ଜେସିବି ବ୍ୟାଟେରୀ ଚୋରୀ ଘଟଣା : ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ…

add-all

ଦାରିଙ୍ଗବାଡ଼ି :କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁରରେ ବ୍ୟାଟେରି ଚୋରୀ କରିଥିବା ଘଟଣା ରେ ଆଜି ବ୍ରାହ୍ମଣୀଗାଁ ପୋଲିସ ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଉକ୍ତ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ଅରୁଣ ଜେନା ଙ୍କ ଜେସିବି ରୁ ଦୁଇଟି ବ୍ୟାଟେରୀ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ କରି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନେତୃତ୍ୱରେ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ପୋଲିସ ବହିନୀ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଗଦାପୁର ଗ୍ରାମର ପିଣ୍ଟୁ ପାଇକ, ନୀଳଚକ୍ର ନାୟକ ଓ ସୋନୁପୁର ଗ୍ରାମର ଜାଗା ବେହେର ଦଳେଇ । କେଶ ନଂ ୭୨/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.