
ଭଞ୍ଜନଗର: ଡିଏଭି ପିଟି.ଏସ.ଆର ପବ୍ଲିକ୍ ସ୍କୁଲ ପରିସରରେ ‘ଜନ୍ମାଷ୍ଟମୀ’ ଉତ୍ସବ ପାଳିତ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଲ କେ ଜି ଶ୍ରେଣୀଠାରୁ ଆରମ୍ଭ କରି ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଭିନ୍ନ ତଥା ରାଧା ଓ କୃଷ୍ଣ ବେଶ ଧାରଣ କରି ଆସିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀବାଳା ପଣ୍ଡା ଅତି ସୁନ୍ଦର ଭାବରେ ପରିଚାଳିତ କରାଇଥିଲେ । ପ୍ରଧାନଶିକ୍ଷକ ଏହି ପର୍ବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅତିସୁନ୍ଦର ଭାବରେ କୁନିକୁନି ପିଲାଙ୍କୁ ବୁଝାଇଥିଲେ ।ଶେଷରେ ।ସେହି ବିଭାଗରେ ରହିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି କୄଷ୍ଣଙ୍କ ସମ୍ବନ୍ଧୀତ କାହାଣୀ ଶୁଣାଇବାସହ ତାଙ୍କର ବାଲ୍ୟଲୀଳା କହିଥିଲେ ଶିଶୁଙ୍କୁ ବିଭିନ୍ନ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧିତ ପ୍ରଶ୍ନମାନ ପଚାରିଥିଲେ । ପିଲାଙ୍କଠାରୁ ଉତ୍ତର ସଂଗ୍ରହ ହେବା ସହ କିଛି ପ୍ରମାଣପତ୍ରର ଆୟୋଜନ କରିଥିଲେ । ଶିକ୍ଷାର୍ଥୀଙ୍କଦ୍ବାରା ବିଭିନ୍ନ ନାଚ ସଙ୍ଗୀତର ମଧ୍ୟ ଆୟୋଜନ ରଖାଯାଇଥିଲା । ଉକ୍ତଦିନ ଛାତ୍ରଛାତ୍ରୀ ମାନେ ନାଚି ହସଖୁସିରେ ମିଠା ଖାଇ ଗୃହକୁ ଫେରିଥିଲେ । ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ମନୋରଞ୍ଜନ ହୋଇପାରିଥିଲା ।