ରାଧାକୃଷ୍ଣ ପାଠାଗାରରେ ୭୬ତମ ସ୍ବାଧୀନତା ଦିବସ ପାଳିତ…

add-all


ଭଞ୍ଜନଗର– ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମଅବଦାନ ଅତୁଳନୀୟ ବୋଲି ଭଞ୍ଜନଗର ସହର ଉପକଣ୍ଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ଆୟୋଜିତ ଏକ ଆାଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି ।କାଯ୍ର୍ୟକ୍ରମରେ ପାଠଗାରର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ର କବିସମ୍ରାଟ ଊପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ: ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଗବେଷଣା ଡ:ବାୟାମନୁଚର୍ଚି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପାଢୀ ଯୋଗଦେଇ ଇଂରେଜମାନଙ୍କ ଖଜଣା ଆଦାୟକୁ ବିରୋଧ କରି ଭଞ୍ଜବଂଶୀୟ ରାଜାଙ୍କ ସେନା ଗରିଲା ଯୁନ୍ଧ ଆରମ୍ଭ କରିଥିଲେ । ଭାରତ ମୁକ୍ତି ଆନ୍ଦୋଳନର ଅଦ୍ବିତୀୟ ଯୋନ୍ଧା କୁହାଯାଉଥିବା ଦୋହରା ଓ ଚକରା ବିଷୋୟୀଙ୍କ ଘୁମୁସର ବିଦ୍ରୋହ ବ୍ରିଟିଶ ସଂସଦରେ ହୁତପିଣ୍ଡ ଦୋହରାଇ ଦେଇଥିଲେ ।୧୮୫୭ର ସିପାହୀ ବିଦ୍ରୋହ ଭାରତ ମୁକ୍ତ ଆନ୍ଦୋଳନର ପ୍ରଥମ ସ୍ବାଧୀନତା ସଂଗ୍ରମ ନୁହେଁ ।ଘୁମୁସରର ଆଦିବାସୀ ମେଳି ଓ ଖୋନ୍ଧାର ପାଇକ ବିଦ୍ରୋହ ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ସଂଗ୍ରାମ ଥିଲେ ।ଖଲିକୋଟ ରାଜ ପରିବାର ର ଅବଦାନ ଏକତ୍ରିାକରଣ କରିବା ଦିଗରେ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଭୂମିକା ବୋଲି କୁହାଯାଇଥିଲା ।ଶେଷରେ ସାସ୍କୁ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ପଦ୍ମଚରଣ ପ୍ରଧାନ କାଯକ୍ରମକୁ ସଂଯୋଜନା କରିଥିଲେ । କବି ପ୍ରଶାନ୍ତ କୁମାର ମହାନ୍ତି,ପାଠାଗାରର ଉପଦେଷ୍ଟା ଅଭିମନ୍ୟୁ ଗୌଡ଼,ହରିକୃଷ୍ଣ ସାହୁ,ପ୍ରସନ୍ନ କୁମାର ପ୍ରଧାନ,ପ୍ରତାପ ସାହୁ,ନାରାୟଣ ନାୟକ,ପ୍ରସନ୍ନ କୁମାର ତ୍ରିପାଠୀ ,ଆଲେଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରାଯାଇଥିବା ବେଳେ ଭଞ୍ଜକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.