ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ

add-all

ବ୍ରହ୍ମପୁର : ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପ୍ରତିବାଦରେ ଏଆଇଡିଏସ୍ଓ ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ଅଲ ଇଣ୍ଡିଆ ଡିଏସଓ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଐତିହ୍ୟ ସମ୍ପର୍ଣ୍ଣ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନନ୍ତରଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସରକାରଙ୍କ ଏପରି ନିଷ୍ପତିକୁ ଏଠାରେ ଘୋର ବିରୋଧ କରାଯିବା ସହ ତୁରନ୍ତ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବୀ ହୋଇଥିଲା । ଖଲ୍ଲିକୋଟ କଲେଜକୁ ସ୍ଥାନାନ୍ତରିତ କରାଗଲେ ବିଶ୍ଵବିଦ୍ୟାଳୟର ବୃହତ ପାଠାଗାରର ବ୍ୟବହାରରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେବେ, ଯାହା ଉନ୍ନତ ଶିକ୍ଷାଗ୍ରହଣ କ୍ଷେତ୍ରରେ ବାଧା ସୃଷ୍ଟି ହେବ, ଏଥି ସହ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟା ମଧ୍ୟକୁ ଠେଲିହୋଇଯିବେ । ତେଣୁ ଏହି ନିଷ୍ପତି ବାତିଲ କରିବା ସହ ଖାଲି ପଡ଼ିଥିବା ସମସ୍ତ ଅଧ୍ୟାପକ, ପଦବୀ ପୂରଣ କରିବା, ଖଲ୍ଲିକୋଟ କଲେଜର ଭିତି ଭୂମିକୁ ଅଧିକ ସୁଦୃଢ଼ କରିବାକୁ ଡ଼ିଏସ୍‌ଓ ପକ୍ଷରୁ ଦାବୀ କରାଯାଇଥିଲା । ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ,ପପୁନ ସାହୁ, କିସାନ ସାହୁ,ସୁଭସ୍ମିତା ପାଣିଗ୍ରାହୀ, ଅଲିଭା ଦାସ ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.