ନବରଙ୍ଗପୁର ସାଂସଦଙ୍କ ସତୀଗୁଡା 5ଟି କନ୍ୟାଶ୍ରମ ଗ୍ରସ୍ତ ସହ ବହୁ ସାଧାରଣ ସଭାରେ ଯୋଗଦାନ…

add-all

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ଗ୍ରସ୍ତ କରି ମାନ୍ୟବର ପୂର୍ବତ୍ତନ କେବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ବିଦ୍ୟାଳୟ ର ସମସ୍ତ ଛାତ୍ରୀମାନଙ୍କ ସହ ପାଠପଢା ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ 5ଟି ସ୍ମାର୍ଟ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ +୨ ବିଦ୍ୟାଳୟ କରିବା ପାଇଁ ମାନ୍ୟବର ସାଂସଦଙ୍କୁ ସତୀଗୁଡା ଗ୍ରାମ ବାସୀ ଦାବି ଜଣାଇଲେ । ଆଜିର ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଚମ୍ପାଖାରି ଗ୍ରାମ ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାରେ ଯୋଗ ଦେଇ ମାନ୍ୟବର ସାଂସଦ ଗ୍ରାମ ବାସୀଙ୍କ ସହ ବିଭିନ୍ନ ସମସ୍ୟା ରେ ଆଲୋଚନା କରି ଥିବା ବେଳେ ଘର ବାରି ପଟ୍ଟା ,ଗ୍ରାମରେ ଷ୍ଟ୍ରୀଟ ଲାଇଟ୍ ଓ ଗ୍ରାମରେ ଗୋଷ୍ଟି କେନ୍ଦ୍ର ନିମନ୍ତେ ମାନ୍ୟବର ସାଂସଦ ଙ୍କୁ ଗ୍ରାମ ବାସୀ ଦାବୀ ଜଣାଇଲେ । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରବି ରାଜେଶ ,ବିଜେଡି ଯୁବ ନେତା ସଦାନନ୍ଦ ଖରା ,ସରପଞ୍ଚ ଘାସି ନାୟକ ,ୱାର୍ଡ ସଭ୍ୟ ପୁର୍ଣ ଚନ୍ଦ୍ର ରାଜୁ ,ଅନୁପମା ପାଣିଗ୍ରାହୀ ,ତୋଫାନ ଗୌଡ଼ ଙ୍କ ସହ ଗ୍ରାମର ବହୁ ବରିଷ୍ଠ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.