ଚିତ୍ରକୋଣ୍ଡା ଥାନା ଦ୍ଵାରା ଗଞ୍ଜେଇ ସହ କାର ଏବଂ ବାଇକ ଜବତ, ତିନି ଗିରଫ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ କୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ମଧ୍ୟରେ ଏକ କାର ଗାଡ଼ି, ବାଇକ ସହ ଏକ କୁଇଣ୍ଟାଲ 33କେଜି 500 ଗ୍ରାମ ଗଂଜେଇ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଛି ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ ଗଲା କାଲି ଅପରାହ୍ନ ରେ ଚିତ୍ରକୁଣ୍ଡା ଥାନା ଏସ.ଆଇ. ବିଘ୍ନ କିଶୋର ଦଳ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ଗଲାକାଲି ଅପରାହ୍ନ ରେ ଟନେଲକ୍ୟାମ୍ପ ରୁ ମନ୍ତ୍ରୀପୁଟ ମଧ୍ୟରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ ଗୋଟିଏ କାର ଏବଂ ଗୋଟିଏ ବାଇକ ଗାଡ଼ି ତିନି ନମ୍ବର ପଟରୁ ଆସୁଥିଲା ପୁଲିସ ଯାଞ୍ଚ ଅଟକାଇ ଯାଞ୍ଚ କଲା ବେଳକୁ ଗାଡ଼ି ଛାଡ଼ି ଅଭିଯୁକ୍ତ ମାନେ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ ପୁଲିସ ତିନି ଜଣ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଥିଲେ l ପୁଲିସ କାର ତଲାସି କଲା ବେଳକୁ କାର ଗାଡ଼ି ଭିତରୁ ୬ ଟି ଜରି ବ୍ୟାଗ ଗଞ୍ଜେଇ ବ୍ୟାଗ ରେ ଦେଖିବାକୁ ପାଇଥିଲେ l ଗଞ୍ଜେଇ ବ୍ୟାଗ, ବାଇକ ଓ କାର ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ ଚିତ୍ରକୋଣ୍ଡା ଥାନା କେଶ ନମ୍ବର -103/2022 ଅନୁଯାଇ, ମିଳିଥିବା ୬ ଗୋଟି ଗଞ୍ଜେଇ ବ୍ୟାଗ ରୁ ଏକ କୁଇଣ୍ଟାଲ ୩୩କେଜି ୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା, ମାରୁତି କାର ନମ୍ବର OR 02 BL 9130 ଏବଂ ବାଇକ ନମ୍ବର OD 10 J 6221କୁ ଜବତ କରି ତିନି ଜଣ ଅଭିଯୁକ୍ତ ରାୟଗଡା ଜିଲା ଇନ୍ଦ୍ରନଗର ର ବୃନ୍ଦବନ ପାଣିଗ୍ରାହୀର ପୁଅ ଶ୍ରୀଧର ପାଣିଗ୍ରାହୀ ବୟସ ୩୦, ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା ଜିଲାର ଟି. ସରଣ ରାଜ, ବୟସ -୩୦ ଏବଂ ମାଲକାନଗିରି ଜିଲା ସିନ୍ଦ୍ରିମାଳ ପଞ୍ଚାୟତ ଏମଭି -୧୧୧ ନମ୍ବର ଗ୍ରାମର ରବି ଖରା, ବୟସ -୨୧ କୁ ଗିରଫ କରି ଆଜି କୋଟ ଚାଲାଣ କରାଯାଇଛି l ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ରାୟପୁର କୁ ଚାଲାଣ କରାଯାଉଥିବା ଜଣାପଡିଛି l

ad-week
Leave A Reply

Your email address will not be published.