ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା…?

add-all

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳର କଲଭର୍ଟ ତଳୁ ଆଜି ଜଣେ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ lଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି l
ଖବରପାଇ ଗୋଛା ପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାରକରି ବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି lମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ସଦର ମହକୁମା ଡାକ୍ତର ଖାନା ପଠାଇଛନ୍ତି lତେଵେ ବ୍ୟବଛେଦ ରିପୋର୍ଟ ଆସିବାପରେ ମହିଳାଙ୍କ କିଭଳି ମୃତ୍ଯୁ ଘଟିଛି ଜଣାପଡିବ ବୋଲି ଗୋଛାପଡା ଥାନା ଅଧିକାରୀ ମୁନି କହିଛନ୍ତି l
ତେଵେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା କହିଛି lମୃତ ମହିଳାଙ୍କ ପରିଚୟ ମିଳିନାହିଁ l

ad-week
Leave A Reply

Your email address will not be published.