ବାଲିଗୁଡା : ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ର ଙ୍କୁ ଫୁଲ ତୋଡ଼ା ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବାଲିଗୁଡା ବ୍ଲକରେ କଳା ଓ଼ ସଂସ୍କୃତି ର କିଭଳି ଉନ୍ନତି ଘଟିବ ବିଲୁପ୍ତ ପ୍ରାୟ ଲୋକକଳା, ଲୋକ ବାଦ୍ୟ, ଲୋକ ସଂଗୀତର ପୁନଃ ଉଦ୍ଧାର ହେବ l ସଂକୀର୍ତ୍ତନ ମଣ୍ଡଳୀ, ଭାଗବତ ଟୁଙ୍ଗୀର ମଧ୍ୟ ପୁନଃ ଉଦ୍ଧାର ହେବା ସହ ଉନ୍ନତି କରଣ ନେଇ ଆଲୋଚନା କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ ସାହୁ, ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ବରିଷ୍ଠ କଳାକାର ସଚ୍ଚିଦା ନନ୍ଦ ପାତ୍ରଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.