ଦୁଇଶହ ପଞ୍ଚାନବେ ଜଣ ମିଲେସିଆ ଏବଂ ପାଞ୍ଚଶହ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ମୁଖ୍ୟ ଶ୍ରୋତକୁ ଫେରିଲେ

add-all

ଚିତ୍ରକୋଣ୍ଡା (୨୨/୦୮) : ଆଜି ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତ ଅଂଚଳରୁ ଦୁଇ ଶହ ପଞ୍ଚାନବେ ଜଣ ମିଲେସିଆ ଏବଂ ପାଞ୍ଚ ଶହ ରୁ ଉର୍ଦ୍ଧ ମାଓ ସମର୍ଥକ ବିଏସଏଫ ଡିଆଇଜି ଶୈଳେନ୍ଦ୍ରି କୁମାର ସିଂନ୍ହା, ମାଲକାନଗିରି ଏସପି ନୀତିଶ ୱାଡୱାନି,88 ବିଏସଏଫ ବାଟାଲିନ କମାଣ୍ଡାଣ୍ଟ ବିନୋଦ ସୋରେନ, ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ଵିବେଦୀ, ପୋଲିସ ଅଧିକାରୀ ଲଷ୍ମୀ ନାରାୟଣ ମୁଦୁଲି, ଯୋଡ଼ାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଙ୍କ ଉପସ୍ଥିତିରେ ଘର ବାହୁଡା଼ ନିମନ୍ତେ ମାଓବାଦୀ ହାତ ଛାଡ଼ି ସରକାର, ଓଡିଶା ପୁଲିସର ବିଶ୍ୱାସ ଭାଜନ ହୋଇ ହାତ ଧରି ଶପଥ ପାଠ କରିବା ସହିତ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିଲେ l ପରେ ମାଓବାଦୀଙ୍କ କୁଶ ପୁତ୍ତଳିକା ଦାହ କରି ମାଓବାଦୀଙ୍କ ସହିଦ ସ୍ତମ୍ଭ କୁ ଭାଙ୍ଗିଥିଲେ l ଏଥି ସହିତ ସମସ୍ତଙ୍କୁ ବିଭିନ୍ନ ବସ୍ତ୍ର, ଖେଳ ସାମଗ୍ରୀ ଏବଂ ଉପକରଣ ପ୍ରଦାନ କରାଯାଇଥିଲା l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାମରେ ଆକୃଷ୍ଟ ହୋଇ ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା କହିଛନ୍ତି ଜନସାଧାରଣ l

ad-week
Leave A Reply

Your email address will not be published.