ବ୍ଲକର ବିଭିନ୍ନ ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

add-all

ଦାରିଙ୍ଗବାଡ଼ି(୨୨/୮) : ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିକରମାହା , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଝିଝିରିଗୁଡ଼ା ଏବଂ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର, ୧୦ ନୋ ଜୋନ ଜିଲ୍ଲା ପରିଷଦ ରଞ୍ଜନ କୁମାର ପ୍ରଧାନ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ସୂଚନା ଯୋଗ୍ୟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୭ ଟି ସ୍କୁଲକୁ ସ୍ମାର୍ଟ ବିଦ୍ୟାଳୟ ଭାବେ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ହୋଇଯାଇଛି । ଏବଂ ତୃତୀୟ ପର୍ଯ୍ୟାୟରେ ଆଉ ୮ ଟି ସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ନିଆଯାଇଛି । ଏହି ସ୍ମାର୍ଟ ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାର୍ଟ କ୍ଲାସ ରୁମ , ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନଗାର, କମ୍ପୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, କ୍ରୀଡ଼ା ଉପକରଣ ଆଦି ଯୋଗାଇ ଦିଆଯାଉଛି। ସେ ସବୁର ବୁଲି ଦେଖିଛନ୍ତି ବିଧାୟକ ଶ୍ରୀ ପ୍ରଧାନ। ଏହା ସହିତ ସ୍କୁଲ ପିଲାଙ୍କ ସହ କିଛି ସମୟ ବିତାଇ ପିଲାଙ୍କ ପାଠ ପଢ଼ା ଉପରେ ପଚାରି ବୁଝିଥିଲେ । ଶିକ୍ଷକମାନେ ସ୍କୁଲରେ ରହିଥିବା ସମସ୍ୟା ଯଥା ଡ୍ରେନେଜ ସମସ୍ୟା ,ପାଣି , କରେଣ୍ଟ ଏବଂ ନେଟୱର୍କ ସମସ୍ୟା ବିଷୟରେ ବିଧାୟକଙ୍କୁ ଜଣାଇବା ସହିତ ତାହାର ସମାଧାନ ଉପରେ ଆଲୋଚନା କରିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.