
ବ୍ରହ୍ମପୁର : ନାଗବାବା ବେଶଧାରୀ 7 ଜଣ ସନ୍ଦିଗ୍ଧ କୁ କାବୁ କଲେ ଅଞ୍ଚଳବାସୀ ଏବଂ ବଜରଙ୍ଗ ଦଳ ସଦସ୍ୟ। ଆଜି ପୂର୍ବାହ୍ନ ସମୟରେ ଗଜପତି ନଗର, ବିଦ୍ୟୁତ ପୁରୀ, ଜୟପ୍ରକାଶ ନଗର ଆଦି ଅଞ୍ଚଳରେ ବୁଲୁଥିଲା 7 ଜଣ ନାଗା ବେଶଧାରି ବ୍ୟକ୍ତିଙ୍କୁ କିଛି ଅଞ୍ଚଳ ବାସୀ ଦେଖିଥିଲେ।ସେଠାରେ ବଜରଙ୍ଗଦଳ ସଦସ୍ୟ ମାନେ ପହଞ୍ଚି ଉକ୍ତ ସନ୍ଦିଗ୍ଧ ଙ୍କୁ କାବୁ କରିଥିଲେ।ଏହି ଲୋକମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେକେ ଚୋରି କରିବା ଉଦେଶ୍ୟରେ ଘୁରି ବୁଲୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ତେବେ ସେହି ବ୍ୟକ୍ତି ମାନଙ୍କୁ ପଚରାଉଚରା ପରେ ସେମାନେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟନ୍ତି।ବାବା ବେଶରେ ଲୋକଙ୍କ ବିଶ୍ୱାସ ଜନ୍ମାଇ ଉଦ୍ୟମ କରୁଥିବା ଜଣାପଡିଛି। ଏହିମାନେ ନାଗା ବାବା ନୁହଁନ୍ତି ବୋଲି ଜାଣିବାକୁ ମିଳିଛି। ଏହିବ୍ୟକ୍ତି ମାନେ ରୋହିଙ୍ଗିଆ ସମ୍ପ୍ରଦାୟର ବୋଲି ଅଭିଯୋଗ ହୋଇଛି। ଖବର ପାଇ ବୈଦ୍ୟନାଥ ଥାନା ପୋଲିସ ପହଞ୍ଚି ଉକ୍ତ 7ଜଣ ଙ୍କୁ ଥାନାକୁ ନେଇଆସିଥିଲା।ଏବଂ ଅଭିଯୋଗ ଅନୁଯାୟୀ ଉକ୍ତ ବ୍ୟକ୍ତି ମାନେ କେଉଁଠାରୁ ଆସିଛନ୍ତି ଓ କେତେ ପରିମାଣରେ ଆସିଛନ୍ତି ସହରକୁ ତାହାକୁ ନେଇ ତଦନ୍ତ କରୁଛି ପୋଲିସ।ଯଦି ଉକ୍ତ ଵ୍ୟକ୍ତି ମାନେ ରୋହିଙ୍ଗିଆ ସମ୍ପ୍ରଦାୟର ଅଟନ୍ତି ତେବେ ଏହା ସହର ବାସୀଙ୍କ ନିମନ୍ତେ ସତର୍କ ଘଣ୍ଟି ଅଟେ। ଏହି ପରି ସନ୍ଦିଗ୍ଧ ଙ୍କ ନିମନ୍ତେ ପୂର୍ବରୁ ବହୁ ପୋଲିସ ଜିଲ୍ଲାରେ ସାବଧାନ କରାଯାଇଛି ଜନସାଧାରଣ ଙ୍କୁ।ଏମାନେ ସାଧୁବେଶରେ ବୁଲିବା ସହିତ ଲୁଟ, ହତ୍ୟା ଡକାୟତି, ରାହାଯାନୀ ଭଳି ବହୁ ଅସାମାଜିକ କାର୍ଯ୍ୟ କଲାପରେ ଲିପ୍ତ ରହିଥାନ୍ତି।ତେଣୁ ଏମାନଙ୍କୁ ଠାରୁ ସାବଧାନ ରହିବାକୁ ବାରମ୍ବାର ପୋଲିସ ପକ୍ଷରୁ ସଚେତନ କରାଯାଇଛି। ତେବେ ବ୍ରହ୍ମପୁର ସହରବାସୀ ମଧ୍ୟ ସଚେତନ ରହିବା ଆବଶ୍ୟକ ରହିଛି।ପୋଲିସ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି।