ମହାନଦୀ ନେତ୍ର ଚିକିତ୍ସାଳୟରରେ ୨୪ଜଣଙ୍କ ସଫଳ ଚକ୍ଷୁ ଅପରେସନ

add-all

ଫୁଲବାଣୀ : ମିଳିତ ନାଗରିକ କମିଟି କନ୍ଧମାଳ ,ସଚେତନ ବରିଷ୍ଠ ନାଗରିକ ମଞ୍ଚ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀର ମହାରାଜପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରୁ ୨୪ଜଣ ମୋତିଆ ବିନ୍ଦୁସଫଳତାର ସହ ଅପରେସନ ହୋଇ ଫେରିଲେ।ଅଗଷ୍ଟ ୨୧ ତାରିଖ ଚକ୍ଷୁ ଚିକିତ୍ସା ଶିବିର ରେ ୩୦୦ରୁ ଅଧିକ ଚକ୍ଷୁ ରୋଗୀ ଚିକିତ୍ସା କରାଯାଇଥିଲ। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କର ଅପରେସନ ଆବଶ୍ୟକ ଥିବା ବେଳେ ୨୪ ଜଣଙ୍କୁ ବୀରମହାରାଜ ପୁର ମହାନଦୀ ନେତ୍ର ଚିକିତ୍ସାଳୟକୁ ଅପରେସନ ପାଇଁ ନିଆଯାଇ ମାଗଣା ଯିବା ଆସିବା ଖାଦ୍ୟପେୟ ସହ ଔଷଧ ପତ୍ର, ଖାଦ୍ୟପେୟ ଓ ଲେନସ ଇତ୍ୟାଦି ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି।ଡଃ ପ୍ରଶାନ୍ତ ଶତପଥୀ ଓ ଡଃ ପ୍ରଶାନ୍ତ ଦାସ ଙ୍କ ପ୍ରଚେଷ୍ଟା ଓ ନାଗରିକ କମିଟିର ବ୍ରହ୍ମାନନ୍ଦ ପାଣିଗ୍ରାହୀ, ରାଜ କିଶୋର ପାଢ଼ୀ, ପ୍ରଣବ ମଣ୍ଡଳ,ନବୀନ ପଣ୍ଡା ବଇଁଶୀ ଧର ପଣ୍ଡା, ନାରାୟଣ ସାହୁ ,ବିକାଶ ମହାନ୍ତି, ଅରୁପ ଜେନା,ପ୍ରଶନ୍ନ ପଟ୍ଟନାୟକ, ନବ କିଶୋର ରଥ ପ୍ରମୁଖଙ୍କ ସହଯୋଗରେ ଶିବିର ସଫଳ ଭାବେ। ଆୟୋଜନ ହୋଇଥିଲା।

ad-week
Leave A Reply

Your email address will not be published.