ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା

add-all

ଚିତ୍ରକୋଣ୍ଡା(୨୩/୦୮) : ଆଜି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଦୁଇଟି ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ସେ ଗୁଡ଼ିକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଆରଏସସ ଛ ନମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରି ବୁଲିବା ସହିତ ସମସ୍ତ ବିଦ୍ୟାଳୟ ଦ୍ଵାରା ପରିଚାଳନା କାର୍ଯ୍ୟକୁ ତଦାରଖ କରିବା ସହିତ ଯାଞ୍ଚ କରିଥିଲେ l ଆରଏସସି ୬ ନମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟଳୟ ରେ ସମସ୍ତ ତଥ୍ୟ ପରିଚାଳନା,ବିଦ୍ୟାଳୟ ଶିକ୍ଷକ ମାନଙ୍କ ସ୍ଥିତି, ପାଠପଢା, ଖାଦ୍ୟ ପ୍ରଦାନ, ପିଲାଙ୍କ ରହିବା ବ୍ୟବସ୍ଥା କିପରି ଅଛି ବୁଲି ଦେଖିଥିଲେ ଉକ୍ତ ପରିଦର୍ଶନ ରେ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଲରି ସମ୍ପୂର୍ଣ ସହଯୋଗ କରିଥିବା ବେଳେ ଦୋରାଗୁଡ଼ା ସରପଞ୍ଚ ଭଗବତୀ ମାଝୀ ଉପସ୍ଥିତ ଥିଲେ ସେଇଭଳି ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ବିଦ୍ୟାଳୟ ପରିଦର୍ଶନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ମାଧ୍ୟାହ୍ନ ଭୋଜନ ନିଜେ ବାଣ୍ଟିବା ସହିତ ବିଦ୍ୟାଳୟରେ ଚାଲୁଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରି ତଦାରଖ କରିଥିଲେ l  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ସେଠି ବିଦ୍ୟାଳୟ ଯାଞ୍ଚ ଓ ପରିଦର୍ଶନ ରେ ଅଧ୍ୟକ୍ଷାଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.