
ଚିତ୍ରକୋଣ୍ଡା (୨୩/୦୮) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ନିକଟରୁ ସରକାରୀ ବସ ରୁ ପୋଲିସ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଚାଲାଣକାରୀ ଙ୍କୁ ଗିରଫ କରିଛି। ପୋଲିସ ର ସୂଚନା ଅନୁଯାୟୀ ଗତ କାଲି ଚିତ୍ରକୁଣ୍ଡା ଥାନା ଏସ ଆଇ ବିଜୟ କୁମାର ମାଝୀ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ଥାନା ସମ୍ମୁଖ ରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଚିତ୍ରକୁଣ୍ଡା ଆସୁଥିବା ଓଡିଶା ରାଜ୍ୟ ସଡକ ପରିବହନ ବସ ନଂ ଓ ଡି ୦୨ ବି ସି ୯୪୧୭ କୁ ଯାଞ୍ଚ କରିବା ସମୟରେ ଦୁଇଜଣ ଲୋକ ଦୁଇଟି ଜରି ବସ୍ତା ଧରି ବସ ରୁ ଓଲ୍ହାଇ ନିକଟରେ ଥିବା ଜଙ୍ଗଲ ଆଡକୁ ଦୌଡି ପଳାଇବା ସମୟରେ ପୋଲିସ ଟିମ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କୁ ଖାନ୍ ତଲାସୀ କରାଯିବା ପରେ ସେମାନଙ୍କ ନିକଟରେ ଥିବା ୨ ଟି ଜରି ପେକେଟ ରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜଣାପଡିଥିଲା। ଦୁଇ ଜଣଙ୍କୁ ଗିରଫ କରି ଥାନା କୁ ଆଣିଥିଲା ପୋଲିସ । ଜବତ ଗଞ୍ଜେଇ କୁ ଓଜନ କରାଯିବା ପରେ ତାହା ୧୩ କେଜି ୭୦୦ ଗ୍ରାମ ଥିବା ଜଣାପଡିଥିଲା। ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ଜବତ ଗଞ୍ଜେଇ କୁ ଚିତ୍ରକୁଣ୍ଡା ବାଂଗୁରୁପଡା ଓ ଆଞ୍ଜିରିଆଗୁଡା ଅଞ୍ଚଳରୁ ଛତିଶଗଡ଼ ର ସୁକମା କୁ ନିଆଯାଉଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ ୧୦୫/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ଗଂଜେଇ ଚୋରାଚାଳନ ଅଭିଯୋଗ ରେ ଦୁଇ ଅଭିଯୁକ୍ତ ନରେଶ କୀର୍ତନିୟା ଗ୍ରାମ ଏମଭି ୧୦, ରତନ ମିସ୍ତ୍ରୀ ଗ୍ରାମ ଏମଭି ୪୪ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଥାନା ଅଧିକାରୀ ସୁଚନା ଦେଇଛନ୍ତି।