ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅତିରିକ୍ତ ଆଲୋଚନା ଶିବିର ଆୟୋଜିତ

add-all

ଗୋପାଳପୁର(୨୩/୦୮) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ଏକ ଏକ୍ସଟ୍ରା ମୋରାଲ ଲେକ୍ଚର୍ ସିରିଜ୍ ନୂତନ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ହୋଇଥିଲା।କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦର ସଭାପତି ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ଏବଂ ଇତିହାସ ବିଭାଗର ଡ.ସଦାନନ୍ଦ ନାୟକ ଯୋଗ ଦେଇଥିଲେ। ଏହି ଅବସର ରେ “ସାମ୍ବିଧାନିକ ମୂଲ୍ୟବୋଧ ଓ ପ୍ରଗତିଶୀଳ ସମାଜ” ଶୀର୍ଷକ ଏକ ବିଷୟବସ୍ତୁ ରାଜନୀତି ବିଜ୍ଞାନର ଅବସର ପ୍ରାପ୍ତ ଅଧ୍ୟାପକ, ପ୍ରଫେସର୍ ବିଜୟ କୁମାର ବୋହିଦାର୍ ଙ୍କ ଦ୍ଵାରା ଉପସ୍ଥାପିତ କରାଯାଇଥିଲା। ଏହି ସମ୍ମିଳନୀରେ ପ୍ରଫେସର୍ ମାନେ ଏବଂ ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଫେସର୍ ବୋହିଦାର ସମ୍ବିଧାନ ତଥା ସାମ୍ବିଧାନିକ ମୂଲ୍ୟବୋଧ ବୁଝାଇଥିଲେ। ତାଙ୍କ ବକୃତାରେ ସେ ସମ୍ବିଧାନରେ ଥିବା ଅଧିକାର ଓ କର୍ତ୍ତବ୍ୟ ବିଷୟରେ କହିଥିଲେ। ଦେଶର ପ୍ରତ୍ୟେକ ନାଗରିକଙ୍କ ସମ୍ବିଧାନର ଆଇନ ସମ୍ବନ୍ଧୀୟ ମୌଳିକ ଅବଧାରଣା ରହିବା ଆଜିର ସମୟରେ ଆବଶ୍ୟକତା ରହିଛି ।ଯାହାଫଳରେ ନାଗରିକ ମାନେ ଯେପରି ନିଜର ଅଧିକାର ବିଷୟରେ ଅବଗତ ହୋଇପାରିବେ। ଅନୁରୂପ ଭାବେ କର୍ତ୍ତବ୍ୟ ପାଳନ ଦିଗରେ ସଜାଗ ରହି ପାରିବେ । ଭାରତୀୟ ସମ୍ୱିଧାନରେ ଥିବା ନ୍ୟାୟ , ସାର୍ବଭୌମତ୍ୱ,ଭ୍ରାତୃତ୍ଵ ,ସମାନତା ଏବଂ ମର୍ଯ୍ୟାଦା ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିଥିଲେ । ବିଶ୍ଵ ବିଦ୍ୟାଳୟର ପ୍ରଫ୍ରେସର୍ ଏବଂ ଛାତ୍ରଛାତ୍ରୀମାନେ ପ୍ରଫେସର ବୋହୀଦାର୍ ଙ୍କୁ କିଛି ପ୍ରଶ୍ନ କରିଥିଲେ ଏବଂ ପ୍ରଫେସର ସେମାନଙ୍କ ପ୍ରଶ୍ନ ର ଅନୁରୂପ ଉତ୍ତର ମଧ୍ୟ ଦେଇଥିଲେ। କୁଳପତି ଡ.ଗୀତାଞ୍ଜଳି ଦାଶ ପ୍ରଫେସର୍ ବୋହିଦାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ନୂତନ ମାଗାଜିନ୍ ଇ ନ୍ୟୁଜ ଲେଟର ଉନ୍ମୋଚନ କରାଯାଇ ଥିଲା।

ad-week
Leave A Reply

Your email address will not be published.