ପାରିବାରିକ କଳହକୁ ନେଇ ଛତ୍ରପୁର ଥାନା ଆଗରେ ବିଷ ପିଇଲେ ମହିଳା…

ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନା ସମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ର ଏମ ମୁନା ପାତ୍ର ଙ୍କ ସ୍ତ୍ରୀ ଏମ ଝିଲି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ତାଙ୍କୁ ସଂକଟପର୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଝିଲି ଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁସାରେ ବିବାହ ପରଠାରୁ ମୋ ପରିବାର ତରଫରୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ ଆତ୍ମହତ୍ୟା କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଥିଲେ ଏ ନେଇ ଛତ୍ରପୁର ଥାନା ରେ ଝିଲିଙ୍କ ପରିବାର ପକ୍ଷରୁ 2 ତାରିଖ ରେ କେସ ଦିଆଯାଇଥିଲା ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ଆଜି ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଦେଇଥିବା ଜଣାପଡିଛି

ad-week
Leave A Reply

Your email address will not be published.