ଫିରିଙ୍ଗିଆ ଗୁଳିମାଡ଼ ଘଟଣା : ବନ୍ଧୁକ ସହ ଗିରଫ ହେଲେ ୪ ଅଭିଯୁକ୍ତ…

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଗୁଳିମାଡ଼ କରି ଫେରାର ଥିବା ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଏକ ବନ୍ଧୁକ ମଧ୍ୟ ସିଜ କରିଛି ଫିରିଙ୍ଗିଆ ଥାନା ପୋଲିସ l ଗିରଫ ୪ ଜଣ ହେଲେ ଡିମ୍ବିରି ଗୁଡା ଗ୍ରାମ ପଞ୍ଚାୟତର ଶ୍ରୀପଲା ଗ୍ରାମର ସଞ୍ଜୟ ସାହାଣୀ (୪୨) ସୁନ୍ଦର ସିଂ ସାହାଣୀ (୩୦)ବାଡ଼ିଗୁଡା ଗ୍ରାମର ସୁମନ କହଁର (୨୦) ନୂଆ ପଦର ପଞ୍ଚାୟତ ପେନା ଗିରି ଗ୍ରାମର ଅକ୍ଷୟ ବେହେରା (୩୬)ଙ୍କୁ ନେଇ ମହେଶ୍ୱର ସାହାଣୀଙ୍କ ଘର କୁ ଯାଇ ଥିଲେ l ଏଥିରେ ସୁମନ କହଁର ଏକ ଲାଇସେନ୍ସ ବିହିନ ଦେଶି ବନ୍ଧୁକରେ ମହେଶ୍ୱରଙ୍କ ଉପରକୁ ଗୁଳି କରିଥିଲେ l ଏଥିରେ ମହେଶ୍ୱର ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ଭଉଣୀ ପ୍ରଭାସିନୀ ଓ ସଭାଜନ ସାହାଣୀଙ୍କୁ ଗୁଳି ବାଜିବାରୁ ଗୁରୁତର ହେଇଥିଲେ l ପୁଲିସ ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଗଠନ କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ପାଇଛି ଫିରିଙ୍ଗିଆ ପୋଲିସ l ଏହି ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୨୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ।

ad-week
Leave A Reply

Your email address will not be published.