
ମାଲକାନଗିରି : ଦୀର୍ଘ ଅନେକ ବର୍ଷ ଧରି କ୍ରୀଡ଼ା, କଳା, ସଂସ୍କୃତି, ଶିକ୍ଷା ଏବଂ ସମାଜସେବାକୁ ମାଧ୍ୟମ କରି ଏକ ଆତ୍ମ ବିଶ୍ୱାସ ର ସହିତ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଆଓମା ଗୁରୁକୁଳରେ ବିଭିନ୍ନ ବର୍ଗର ଗରିବ ଆଦିବାସୀ ପିଲା ବିଭିନ୍ନ କ୍ଷେତ୍ର ରେ ଶିକ୍ଷା ଗ୍ରହଣ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର ପାରଦର୍ଶିତା କୁ ପ୍ରଦର୍ଶନ କରି ଜିଲ୍ଲା ପାଈଁ ଅନେକ ଥର ଗର୍ବ ସାଉଁଟି ଥିବା ଏହି ପ୍ରତିଭାବାନ ପିଲାଙ୍କ ବିଷୟରେ ଅବଗତ ହୋଇ ଜିଲା ପରିଷଦ କାର୍ଯ୍ୟଳୟର ମୁଖ୍ୟ ଉର୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଏବଂ ସମନ୍ୱିତ ଆଦିବାସୀ ଉର୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ତ୍ରିନାଥ ମାଝୀ ଏକ ବିଶେଷ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି, ସମସ୍ତ ତିରିଶ ଜଣ ଖେଳାଳୀ ଙ୍କ ପାଈଁ ଟ୍ରାକ୍ ସୁଟ୍, ଟି ସାର୍ଟ, ବୁଟ୍ ପ୍ରଦାନ କରିବା ସହିତ ଆଗାମି ଦିନରେ ଆସାମ ର ଗୋୖହାଟୀ ଠାରେ ହେବାକୁଥିବା ଜୋନ୍ ଖେଲୋ ଇଣ୍ଡିଆ ଓମେନ୍ସ ଲିଗ୍ ଜୁଡୋ ଟୁର୍ନାମେଣ୍ଟ ପାଈଁ ସିନିୟର ବର୍ଗ ରେ ମନୋନୀତ ହୋଇଥିବା ଦୁଇ ଖେଳାଳୀ ଲକ୍ଷ୍ମୀ ସୋଡି ଏବଂ ସୁମିତ୍ରା ମାଡ଼ି ଙ୍କୁ ଫୁଲତୋଡା଼ ଦେଇ ପ୍ରଶଂସା କରିବା ସହିତ ସେମାନଙ୍କର ସମସ୍ତ ଯିବା ଆସିବା ଖର୍ଚ୍ଚ ବହନ କରିଥିଲେ ଏବଂ ପିଲାଙ୍କୁ ପ୍ରେରଣା ଦେଇଥିଲେ। ଏହି ସମସ୍ତ ସାହାଯ୍ୟ ଏବଂ ସହଯୋଗ କାର୍ଯ୍ୟ ପାଈଁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଜିଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।