
ଦାରିଙ୍ଗବାଡ଼ି (୨୪/୮) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଛ ପ୍ରାଥମିକ ବିଦ୍ୟାଳୟର ମୋସ୍କୁଲ ଅଭିଯାନ କମିଟିର ସଭ୍ୟ ସଭ୍ୟା ଯଥା ସଭାପତି ପଦ୍ମନ ପାଇକ, ସଭ୍ୟ ସଭ୍ୟା ବିକ୍ରମାଦିତ୍ୟ ବସ୍ତିରାୟ, ବନବାସୀ ବିଷୋୟୀ, ବିଘ୍ନ ବେହେରଦଳେଇ, ଶରତ ବଳିୟାରସିଂ, ୱାର୍ଡ ସଭ୍ୟା ସୁନିତା ବିଷୋୟୀ ଙ୍କ ସହିତ ଏସଏମସି ସଭାପଡି ଗଣେଷ ଡାକୁଆ, ଗତକାଲି ମଙ୍ଗଳବାର ଦିନ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କୁ ୪ ଲକ୍ଷ ୩୪ ହଜାର ଟଙ୍କା ର ଚେକ ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ମୋସ୍କୁଲ ଅଭିଯାନକମିଟିର ସମ୍ପାଦକ ନରୋତମ ନାୟକ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଏହି ବିଦ୍ୟାଳୟ ୧୯୧୮ ସାଲରେ ସ୍ଥାପିତ ହୋଇଥିଲା। ୧୦୪ ବର୍ଷର ପୁରାତନ ବିଦ୍ୟାଳୟ ସତ, ହେଲେ ଆଜ ସୁଧା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜବେଷ୍ଟ ଛପର ଶ୍ରେଣୀ ଗୃହରେ ତଳେ ବସି ପାଠ ପଢୁଛନ୍ତି। ସରକାରଙ୍କ ପକ୍ଷରୁ ସ୍କୁଲର ଉନ୍ନତି କରଣ ପାଇଁ ଆଜ ସୁଧା କୌଣସି ଆଖି ଦୁର୍ସିଆ ପଦକ୍ଷେପ ନେଇଁ ନଥିବା ଦେଖିବାକୁ ମିଳିଛି। ଏହି ପରି ପ୍ରେକ୍ଷୀରେ ଅତିରିକ୍ତ ନୂତନ ଶ୍ରେଣୀ କୋଠା ନିର୍ମାଣ କରାଯିବା ପାଇଁ ମୋ ସ୍କୁଲ ଅଭିଯାନ କମିଟିର ସଦସ୍ୟ ମାନେ ଜମା ଖାତରେ ଥିବା ମୋଟ ୪୪ ଲକ୍ଷ ୨୭ ହଜାର ୩ ଶହ ୫୧ଟଙ୍କାରୁ ମଙ୍ଗଳ ବାର ଦିନ ବ୍ଲକ ଅଫିସ ଯାଇ ୪ଲକ୍ଷ ୩୪ ହଜାର ଟଙ୍କାର ଚେକ କମିଟିର ସଭାପତି ପଦ୍ମନ ପାଇକଙ୍କ ସହିତ କମିଟିର ସଭ୍ୟ ସଭ୍ୟା ବିଡିଓ ଶ୍ରୀପାତ୍ର ଙ୍କୁ ପ୍ରଦାନ କରିଛନ୍ତି। ଏହା ସହିତ ସ୍କୁଲ ପରିସରରେ ବିପଦ ପୂର୍ଣ ଭାବେ ଥିବା ବିରାଟକାୟ ୧୧ ଟି ଗଛ କାଟିବାର ବ୍ୟବସ୍ଥା କରିବାକୁ ବିଡ଼ିଓଙ୍କୁ ନିକଟରେ ଦାବୀ କରିଥିବା ଜଣାପଡ଼ିଛି।