
ହିଞ୍ଜିଳିକାଟୁ (୨୪।୮) : ହିଞ୍ଜିଳି ଥାନା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବାହ୍ନରେ ହିଂସା କାଣ୍ଡ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ବାବୁ ପ୍ରଧାନ ଓ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ଗଗନ ଜେନା । ବାବୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗଗନଙ୍କୁ ପ୍ରଥମେ ପିତଳ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଥାଉକି ପିତଳ ଗ୍ରାମରେ ଗତ ତ୍ରୀ ସ୍ତରୀୟ ପଚାଂୟତ ନିର୍ଵାଚନ ଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ରାଜନୈତିକ ଅସହିଷ୍ଣୁତାରୁ ମଙ୍ଗଳବାର ରାତ୍ରିରେ ମାଛ ଜାଆଁଳା ପୋଖରୀ ରେ ଛାଡ଼ିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା ଓ ପରେ ଵୁଝାସୁଝା କରିବା ପରେ ଶାନ୍ତ ପଡିଥିଲା। ବୁଧବାର ସକାଳେ ଗଗନ ଜେନା ଓ ତାଙ୍କ ଭାଇ ତୋଫାନ ଜେନା ବଜାରକୁ ଯିବା ସମୟରେ ପିତଳ ବଜାର ନିକଟ ବାଳକ ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୋକାନ କରିଥିବା ବାବୁ ପ୍ରଧାନଙ୍କ ପୂର୍ବ ଶତ୍ରୁତାକୁ ନେଇ କଥା କଟାକଟି ଓ ଗଣ୍ଡଗୋଳ ହୋଇଥିଲା। ଏଥିରେ ଵାଵୁ ଗୁରୁତର ଆହତ ହୋଇଥିଲେ। ଏହାର ପ୍ରତିବାଦ ରେ ବାଵୁଙ୍କ ସପକ୍ଷବାଦୀଙ୍କ ପକ୍ଷରୁ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଷଗଗନ ଜେନା ଗୁରୁତର ଆହତ ହୋଇଥିଲେ। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଊଭୟଗୋଷ୍ଟିର ଲିଖିତ ଅଭିଯୋଗ ଗ୍ରହଣ କରିବା ସହ ଉଭୟ ପକ୍ଷ ଙ୍କ କିଛି ସମର୍ଥକ ଲୋକଙ୍କୁ ଥାନାକୁ ଆଣି ପୋଲିସ ପଚରା ଉଚରା କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।