୧୫୦ ଗୋଟି କଇଁଛ ଜବତ, ଘଟଣା ସ୍ଥଳରୁ ବେପାରୀ ଫେରାର

add-all

ମାଲକାନଗିରି : ମାଲକାନଗିରି ଦୁଇ ଦିନ ତଳେ କାଲିମେଳା ବନ ବିଭାଗ ପରେ ଫୁଣି ଏବେ MV 79 ବନ ବିଭାଗ କୁ ଏକ ବଡ ସଫଳତା ।କୌଣସି ସୂତ୍ରରୁ ଖବର ପାଇଁ  MV 79 ବନଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ଏବଂ ତାଙ୍କ ଏକ7 ଜଣିଆ ଟିମ କରି MV 114 ଗ୍ରାମରେ  ଗତ କାଲି ରାତିରେ ଚଢ଼ାଉ କରିଥିଲେ । ନିଛାଟିଆ ସ୍ଥାନରେ ଗ୍ରାମ ନିକଟରୁ  ଏକ ପିକପ ଭ୍ୟାନଥିବା ଦେଖି ସନ୍ଦେହ  ହେବାରୁ ଗାଡିଟିକୁ ତାଲାସ କରିଥିଲେ ପରେ ଗାଡ଼ିରେ କଇଁଛ ଥିବାର ଜଣାପଡିଥିଲା । ସେହି ଜାଗାରୁ କୌଣସି ଲୋକ କିମ୍ବା ବେପାରୀ ନମିଳିବାରୁ ପିକପ ଟି କୁ ଟାକ୍ତର ସାହାଯ୍ୟ ରେ ଟାଣି MV 79  ରେଞ୍ଜ ଅଫିସ କୁ ଆଣିଥିଲେ । ଗାଡ଼ିରେ ୧୫୦ ଗୋଟି କଇଁଛଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ସୂଚନା ଦେଇଛନ୍ତି MV 79 ବନ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ।ଏହିପରି ବାରମ୍ବାର ଘଟଣା ସ୍ଥଳରୁ ବନ ବିଭାଗ ପହଁଛିବା ପୂର୍ବରୁ କିପରି ବେପାରୀ ମାନେ ଫେରାର ହେଉଛନ୍ତି ତାହା  ସାଧାରଣ ରେ ପ୍ରଶ୍ନ ଉଠୁଛି ।ଗତକାଲି ରାତିରେ ଚଢ଼ାଉ ସମୟରେ କାଲିମେଳା ବନାଧିକାରୀ ସୁଶାନ୍ତ କୁମାର ଦଳେଇ, ପୋଟେରୁ ସେକ୍ସନ ଶିବାନନ୍ଦ ଲେଙ୍କା, ବନପାଳ ମୁଦୁଲି ଧର ଅନୁଗୁଳିଆ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.