ଡାକପାଲା ଡ୍ୟାମରେ ଭାସି ଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

add-all

ଫୁଲବାଣୀ : ଗତକାଲିର ପ୍ରବଳ ବର୍ଷାରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା। ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସିଯାଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ। କିନ୍ତୁ ପାଣିର ସୁଅ ଅଧିକ ଥିବାରୁ କାଲି ରାତି ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିପାରି ନଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଭି ଜଗନ୍ନାଥ ରାଜୁ , ରବିନ୍ଦ୍ର ମହାରଣା , ଆଲୋକ କୁମାର ବିଶୋଇ , ସନ୍ତୋଷ କୁମାର ବାରିକ , ଅବଦୁଲ ସାକୀର, ରାଜୀବ ନେତ୍ର ପଟନାୟକ,ସାଇରାମ ପାତ୍ର,ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।ବହୁତ ଚେଷ୍ଟା ଆଉ ଉଦ୍ୟମ ପରେ ତୁଡିପାଜୁ ପଞ୍ଚାୟତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ କୂଳ କାଠପୋଲ ଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତ ବ୍ୟକ୍ତିଙ୍କ ନାମ ତାପସ ରଞ୍ଜନ ଘଟାଲ ବୋଲି ଜଣା ପଡିଛି l

ad-week
Leave A Reply

Your email address will not be published.