କନ୍ଧମାଳ : ବିଲରୁ ମୃତଦେହ ଉଦ୍ଧାର, ତଦନ୍ତ ଜାରୀ

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଞ୍ଜୁଗୁଡା ଗ୍ରାମ ନିକଟ ଏକ ବିଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ। ଖବରରୁ ଜଣା ପଡ଼ିଛି ଯେ ସକାଳୁ ସ୍ଥାନୀୟ ଅଞ୍ଚଳର କୌଣସି ଏକ ବ୍ୟକ୍ତି ଆମ୍ବପଡାରୁ ଗଞ୍ଜୁଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ବେଳେ ଏକ ବିଲରେ ଜଣେ ପଡିଥିବା ଦେଖିଥିଲେ । ତାକୁ ସେ ଚିହ୍ନିପାରି ତାଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ପରିବାର ପକ୍ଷରୁ ତାଙ୍କ ପୁଅ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ତୁରନ୍ତ ସଦର ଥାନାରେ ଲିଖିତ ଭାବେ ଜଣେଇଥିଲେ । ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି ଜଣକ ହେଲେ ଆମ୍ବପଡା ଗ୍ରାମର ପ୍ରଶାନ୍ତ ପ୍ରଧାନ(୫୮)ବୋଲି ଜଣା ପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ତଦନ୍ତ କାରି ଅଧିକାରୀ। ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡିବ ବୋଲି ତଦନ୍ତ କାରି ଅଧିକାରୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.