
ମାଲକାନଗିରି,୩।୯ କିଛିଦିନ ତଳେ ମାଲକାନଗିରି ଥାନାରେ ହୋଇଥିଲା କିଡ୍ନୀ ବିକ୍ରି ଅଭିଯୋଗ । ମହିଳାଙ୍କ ଅଜାଣତରେ ସ୍ଵାମୀ ତାଙ୍କ କିଡ୍ନି ବିକିଦେବା ଘଟଣାରେ, ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ଅଭିଯୁକ୍ତ ସ୍ବାମୀଙ୍କ ନାମ ପ୍ରଶାନ୍ତ କୁଣ୍ଡୁ ହୋଇଥିବା ବେଳେ ସେ ଏହି ଘଟଣା ପରେ ନିଜ ସ୍ତ୍ରୀକୁ ଛାଡି ବେଙ୍ଗାଲୋରରେ ରହୁଥିବା ବେଳେ ଖବର ପାଇ ମାଲକାନଗିରି ପୋଲିସର ଏକ ଟିମ ପ୍ରଶାନ୍ତଙ୍କୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଅନୁଯାୟୀ ଗତ ୧୨ ବର୍ଷ ପୂର୍ବେ ଏମ୍.ଭି.୩୮ ଗ୍ରାମର ପ୍ରଶାନ୍ତ କୁଣ୍ଡୁଙ୍କୁ ରଞ୍ଜିତା ପ୍ରେମ ବିବାହ କରିଥିଲୋ ତେବେ ଏମାନଙ୍କର ଗୋଟିଏ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ମଧ୍ୟ ଅଛିା ବିବାହ ପରେ ସ୍ୱାମୀ ତାଙ୍କୁ ଉତରାଖଣ୍ଡ ନେଇ ଯାଇଥିଲୋ ସେଠାରେ ସବୁ ସମୟରେ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲ।। ସ୍ୱାମୀ ପ୍ରଶାନ୍ତ ଓ ତାଙ୍କ ଭଉଣୀ ଉଭୟେ ରଞ୍ଜିତାଙ୍କୁ ସବୁ ସମୟରେ ମାରପିଟ କରିବା, ଗାଳିଗୁଲଜ କରିବା ସହ ମାନସିକ ଓ ଶାରିରୀକ କଷ୍ଟ ଦେଉଥିଲୋ ଗତ ୨୦୧୮ ମସିହାରେ ସ୍ୱାମୀ ପ୍ରଶାନ୍ତ ରଞ୍ଜିତାଙ୍କୁ ଗୋଟିଏ କିଡ୍ନି ବିକ୍ରି କରିବା ପାଇଁ କହିବା ସହ ଭୁବନେଶ୍ୱର ନେଇ ଏକ ଚିକିତ୍ସାଳୟରେ କିଡ୍ନି ବିକିଥିଲୋ ଏହି ବାବଦକୁ କିଛି ଟଙ୍କା ମଧ୍ୟ ପାଇଥିଲେ ଓ ଉକ୍ତ ଟଙ୍କାକୁ ସ୍ୱାମୀ ଏବଂ ତାଙ୍କ ନଣନ୍ଦ ଆତ୍ମସାତ କରିଥିବା ରଞ୍ଜିତା ଅଭିଯୋଗ କରିଥିଲେ । ତେବେ ଏହାପରେ ରଞ୍ଜିତା ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏନେଇ ୭୧/୨୨ରେ ମାମଲା ରୁଜ୍ଜୁ କରି ବେଙ୍ଗାଲୋରରୁ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।