
ଫୁଲବାଣୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପ୍ରତି ଥିବା ଆନ୍ତରିକତା ଓ ସୁଚାରୁ ରୂପେ ଦୀର୍ଘ ୫ବର୍ଷ ଦାୟିତ୍ୱ ତୁଲାଇ ଥିବାରୁ ପୁନର୍ବାର ପୁନମ କଁହରଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୁନମ ଖବର ପାଇବା ପରେ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଆନ୍ତରିକତାର ସହ କୃତଜ୍ଞତା ଜଣାଇବା ପରେ ଆଜି କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ପୁନମଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ପୁନମ ପ୍ରଥମେ ସମସ୍ତ ବିଜେଡି କର୍ମୀମାନଙ୍କ ସହ ବିଜୁ ପଟ୍ଟନାୟକ ଛକଠାରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ। କନ୍ଧମାଳ ଜିଲ୍ଲାର ସମସ୍ତ ବାସୀଙ୍କୁ ହାତ ଯୋଡ଼ି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ପୁଣିଥରେ ମୋତେ କନ୍ଧମାଳ ଜିଲ୍ଲାର ମା ଭଉଣୀଙ୍କ ସହ ସୁଖ ଦୁଃଖରେ ସେବା କରିବାର ସୁଯୋଗ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଣବ ପ୍ରକାଶ ଦାଶ୍, ରାଜ୍ୟ ବିଏମ ଯେ ଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ବରିଷ୍ଠ ପର୍ଯବେକ୍ଷକ ଦେବୀ ପ୍ରସାଦ ମିଶ୍ର , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା , କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର , ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ପ୍ରମୁଖଙ୍କ ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଁ ତାଙ୍କ ନିକଟରେ ଚିର ରୁଣୀ ବୋଲି କହିଥିଲେ। ତତ୍ପରେ ସ୍ଥାନୀୟ ପବ୍ଲିକ ସ୍କୁଲ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,କିଶୋର ମେହେର ଯୋଗଦେଇ ଚାରା ରୋପଣ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସାଧବାଣୀ ବେହେରା,ଯୁବ ସଭାପତି ବିଷ୍ଣୁ ମଲ୍ଲିକ , କମଳ ବେହେରା,ଯୁବ ଉପସଭାପତି ପାର୍ଥ ବିଶ୍ୱାଳ,ସନ୍ଦୀପ ମହାନ୍ତି, ଦାରୁଣ ବେହେରା, ମହିଳା ଡିଜିଟାଲ ସମ୍ପାଦିକା ସବନମ କଂହର । କାଉନ୍ସିଲର ମେଧାବୀ ମିଶ୍ର, ଟୁନି ସାହୁ, ତ୍ରିଲୋଚନ କଂହର, ସ୍ନେହଳତା ପ୍ରଧାନ, ଚକାପାଦ ବ୍ଲକ ମହିଳା ସଭାପତି ପୁଷ୍ପଲତl ବେହେରା, ସମ୍ପାଦିକା ନଳିନୀ ପ୍ରଧାନ,ନଗର ସଭାପତି ସୁଧୀର କଁହର ତଥା ଦଳର ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।