ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ବିଭିନ୍ନ ମହାବିଦ୍ୟାଳୟକୁ ଗସ୍ତ

add-all

ରାଉରକେଲା : ପ୍ରବାଦପୁରୁଷ ସ୍ୱର୍ଗୀୟ ବିଜୁ ବାବୁଙ୍କ ସେକ୍ଟର-୨ ସ୍ଥିତ ପ୍ରତିମାରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସହ ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ବିଭିନ୍ନ ମହାବିଦ୍ୟାଳୟକୁ ଗସ୍ତ କରିଥିଲେ । ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟ, ରାଉରକେଲା ଜୁନିୟନ ମହାବିଦ୍ୟାଳୟ ସହ ଅନ୍ୟ ମହାବିଦ୍ୟାଳୟ ପରିଦର୍ଶନ କରିିଥିଲେ । ଆଜି ସେକ୍ଟର-୨ ବିଜୁ ଛକରେ ରଘୁନାଥପାଲ୍ଳୀ ନଗର ସଭାପତି ଆର୍ତ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର ସୁନ୍ଦର ରାୟ, ପୂର୍ବ ଜିଲ୍ଲା ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ମହିଳା ରାଜ୍ୟ ବିଜେଡ଼ି ସାଧାରଣ ସଂପାଦିକା ପ୍ରତିମା ରାଉତ, ରାଜ୍ୟ ମହିଳା ବିଜେଡ଼ି ସଂପାଦିକା ଗାୟତ୍ରୀ ରାଉତ, ମୀନତୀ ବିଶ୍ୱାଳ, ସତ୍ୟାନନ୍ଦ ବେହେରା, ଗୌତମ ବଡ଼ା,କମଳାକାନ୍ତ ନାୟକ, ବିକାଶ ଚୌଧୁରୀ, ସୁଲତାନ ଖାନ, ଚିତ୍ରରଂଜନ ମହାନ୍ତି, ଅଲତାବ ଅଲ୍ଲୀ ଖାନ, ନିରଂଜନ ଦାସ, ବଂଶୀଧର ପରିଡ଼ା, ଗୋପେଶ୍ୱର ରାୟ,ମୃତ୍ୟୁଞୟ କର,ଲଲନ ଠାକୁର, ବିଜୟ ରଜକ, ବାବାଜୀ ସ୍ୱାଇଁ, ଲୀନା ନାୟକ, ଜୟନ୍ତୀ ,କାମନୀ ମହାନ୍ତ ସମେତ ଅନ୍ୟ ବିଜେଡ଼ି ମହିଳା ନେତ୍ରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.