
ଦାରିଙ୍ଗବାଡ଼ି (୯/୯) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଡେନକେତା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନଙ୍କ ସହିତ ସରପଞ୍ଚ ନନଞ୍ଜୟ ପ୍ରଧାନ, ପୂର୍ବତନ ସରପଞ୍ଚ ଜୁନୁସ ପ୍ରଧାନ, ସିଆରସିସି ରମାକାନ୍ତ ଦିଗାଲ ଯୋଗଦେଇ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦ୍ରା ନାୟକ, ସହକାରୀ ଶିକ୍ଷକ ସୁକାନ୍ତ ପ୍ରଧାନ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ବୃକ୍ଷ ଚାରା ରୋପଣ କରିଥିଲେ ।