
ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ହେତୁ ମାଙ୍କ ପୂଜା ନିରାଡମ୍ଭର ସହକାରେ ପାଳନ କରାଯାଉଥିଲା । ଚଳିତ ବର୍ଷ ମାଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ବସନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମା ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଆସନ୍ତା ୨୮ ତାରିଖ ସନ୍ଧ୍ୟା ୦୫.୩୦ ମିନିଟ ସମୟରେ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ ପୁରୋହିତ ସରୋଜ କୁମାର ଶତପଥିଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରାଯାଇଥିଲା । ସେହିପରି ଆସନ୍ତା ମାସ ୮ ତାରିଖ ଦିନ ସନ୍ଧ୍ୟା ୦୬. ୫୦ ମିନିଟ ସମୟରେ ଜଳଯାତ୍ରା ଓ ୦୮. ୧୦ ମିନିଟ ସମୟରେ ଅଙ୍କୁରା ରୋପଣ, ଅକ୍ଟୋବର ମାସ ୯ ତାରିଖ ଦିନ ୧୨ . ୧୫ ମିନିଟ୍ ସମୟରେ କାର୍ଯ୍ୟାରମ୍ଭ ଓ ଅକ୍ଟୋବର ମାସ ୧୫ ତାରିଖ ଦିନ ୧.୧୫ ମିନିଟ୍ ସମୟରେ ପୂର୍ଣ୍ଣାହୁତି ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଏହି ପୂଜା ୭ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ମା ଗଜଲକ୍ଷ୍ମୀଙ୍କ ସକାଳ ଆରତୀ ସହିତ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଏହା ସହିତ ପୂଜା କୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ କମିଟିର ସଦସ୍ୟ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କମିଟିର ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, କମିଟିର ସଦସ୍ୟ ସରୋଜ କୁମାର ପାଢୀ, ଆରତ କୁମାର ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଂଚୁ ପୁରୋହିତ, ଅଶୋକ କୁମାର ବେହେରା, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ସନ୍ତୋଷ କୁମାର ସାହୁ, ଏସ୍. ପ୍ରବୀଣ କୁମାର, ସୁଶାନ୍ତ ବେହେରା, ସନ୍ତୋଷ କୁମାର ଚୌଧୂରୀ, ବାବୁ ବେହେରା, କିଶୋର ଚନ୍ଦ୍ର ମହାନ୍ତି, କେ. କମଳ ଓ ରବି ନାରାୟଣ ବେହେରାଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।