
ଆସିକା(୦୯/୦୯) : ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଭିବାବକ ମାନଙ୍କ ପକ୍ଷରୁ ଦାୟିତ୍ଵ ପ୍ରାପ୍ତ ପ୍ରିନସପାଲ ତନଭି ତ୍ୟାଗୀ ଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ରରେ ବିପଦ ସଙ୍କୁଳ ଥିବା ପୁରୁଣା କୋଠାରେ ଚାଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ତୁରନ୍ତ ନବନିର୍ମିତ କୋଠାକୁ ତୁରନ୍ତ ସ୍ଥାନାନ୍ତରଣ ଏବଂ ଯୁକ୍ତ ଦୁଇ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସିବିଏସ୍ଇ କ୍ଷେତ୍ରରେ ହାତଗଣତି +୨ କଲେଜ ଥିବା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୨୦୨୧-୨୨ ଶିକ୍ଷା ବର୍ଷରେ ମେଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଆଡ଼ମିଶନ ପାଇଁ ମନା କରିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତାହା ସମ୍ଭବ ହୋଇଥିଲା। ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବହୁବିଧ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ଶତାଧିକ ଅଭିଭାବକ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଆଇନଜୀବୀ ନାରାୟଣ ମୁନି, ସାମାଜିକ କର୍ମୀ ଶଙ୍କର ସାହୁ, ଚିତ୍ତରଞ୍ଜନ କାମ୍ପ, ଶିକ୍ଷକ ସନ୍ତୋଷ ସେଠୀ, କୈଳାସ ଚନ୍ଦ୍ର ପଟ୍ଟନାୟକ, ପୀତବାସ ବେହେରା, ଶ୍ୟାମସୁନ୍ଦର ପାଢ଼ୀ, ବିନୋଦ ଦୋରା, ହିଭ୍ରାଶୁ ଶେଖର ପ୍ରଧାନ, ସରୋଜ କୁମାର ପାତ୍ର, ସନ୍ଧ୍ୟା ରାଣୀ ପ୍ରଧାନ, ପ୍ରଶାନ୍ତ କୁମାର ରଥ, ସସ୍ମିତା ସେଠୀ, ସାଗରିକା ପାତ୍ର, ପୁଷ୍ପାଞ୍ଜଳି ନାୟକ ଆଦି ଉପସ୍ଥିତ ଥିଲେ।