କୋଟଗଡ ବ୍ଲକ ମାଦାଗୁଡାରେ ଲାଗିଲା ୨ଟି ମାଓ ଲାଲ ବ୍ୟାନର

add-all


ଫୁଲବାଣୀ/ବାଲିଗୁଡା:- କୋଟଗଡ ଅଂଚଳରେ ବାରମ୍ବାର ଲାଗୁଚି ମାଓବାଦୀଙ୍କ ହାତଲେଖା ବ୍ୟାନର ।ବ୍ୟାନର ପୋଷ୍ଟର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀତ ଆଉ କେତେବେଳେ ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗତକାଲି ବିଳମ୍ବିତ ରାତିରେ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା ଛକରେ ଲାଗିଥିବା ଦୁଇଟି ଲାଲ କପଡା ବ୍ୟାନର ରେ ସେପ୍ଟେମ୍ବର ୧୩ତାରିଖକୁ ସ୍ୱାଧୀନତା ସଂଗ୍ରାମୀ ଯତୀନ ଦା ସହିଦ ଦିବସ କୁ ରାଜନୈତିକ ବନ୍ଦିମୁକ୍ତ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ, ମାଓବାଦୀ ନାମରେ ଗିରଫ ସମସ୍ତ ବନ୍ଦୀଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ଦିଆଯିବା ସହ ନିଶର୍ତ୍ତରେ ଖଲାସ ଓ ମିଛ କେଶ ପ୍ରତ୍ୟାହାର କରିବା,ନିୟମଗିରିର ଦଧି କାଡ୍ରକା, ଚନ୍ଦ୍ରପୁରର ସାସେମର ଲଳିତ ଓ ତାର ସାନଭାଇ, ବିଡ଼ି ପଦରର ପ୍ରତାପ, ମଞ୍ଜୁଲତାଙ୍କୁ ନିଶର୍ତ୍ତ ଖଲାସ କରିବା, ଭିମା କୋରେଗା କେଶରେ ବନ୍ଦୀ ଥିବା ସମସ୍ତ ବୁଦ୍ଧିଜୀବୀ ଓ ଗିରଫ ଜନ ଆନ୍ଦୋଳନ କର୍ମୀ ନେତାଙ୍କୁ ନିସର୍ତ୍ତ ଖଲାସ ନେଇ ଉଲ୍ଲେଖ ରହିଛି ।ସମ୍ପୃକ୍ତ ଅଂଚଳରେ ଭୟର ବାତାବରଣ ଲାଗିରହିଛି ହେଲେ ଅଦ୍ୟାବଧି ତୁମୁଡିବନ୍ଧ ପୁଲିସ ବ୍ୟାନକୁ ହଟାଇ ନ ଥିବାରୁ ଏସ ଏଚ ୫ ମୁଖ୍ୟ ରାସ୍ତା ଦେଇ ଯିବାଆସିବା ପଥଚାରିଙ୍କ ମଧ୍ୟରେ ଘଟଣା ପ୍ରଚାର ପ୍ରସାର ହେବାରେ ଲାଗିଛିl

ad-week
Leave A Reply

Your email address will not be published.