ବଡମାଧପୁରରେ ବିରାଟ ଚାଷୀ ସମାବେଶ

add-all

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ମାଁ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ସଭା ସଂଯୋଜନା କରିଥିଲେ। ଏଥିରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, କୃଷି ଅଧିକ୍ଷକ ଦୁର୍ଗା ମାଧବ ପ୍ରଧାନ, ଭିଏଡାବ୍ଲୁ ନିହାରିକା ପଣ୍ଡା, ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତ, ଟାଟା ଫାଉଣ୍ଡେସନର ହରି ଜେନା, ଶିବ ଶଙ୍କର ସେଠୀ, ମହେଶ୍ୱର ପ୍ରଧାନ, ଚାଷୀ ନେତା ଆର୍ ସହଦେବ ରେଡ୍ଡୀ, ୱାର୍ଡ ସଭ୍ୟ କେ ବିଜୟ ରେଡ୍ଡୀ ଓ ଏସ୍ ସହଦେବ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ କୃଷକ ଓଡ଼ିଶା ଡାଟା ବେସ ସମ୍ପର୍କରେ ବୁଝାଇ ପଞ୍ଜିକରଣ କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଗୋ-ସୁଗମ ମାଧ୍ୟମରେ ୫ଟି ବିଭାଗ ପକ୍ଷରୁ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ପାଇପାରିବେ ବୋଲି କୃଷି ଅଧିକ୍ଷକ ଶ୍ରୀ ପ୍ରଧାନ କହିଥିଲେ। ବର୍ଷା ଜଳ ଜମିରୁ ନିଷ୍କାସନ ଏବଂ କେନାଲ ପାଣି କିପରି ପହଞ୍ଚି ପାରିବ ଏ ଉପରେ ଚାଷୀଙ୍କ ମତାମତ ନେଇ ଆବଶ୍ୟକ ଭିତ୍ତିଭୂମୀ ତିଆରି କରିବା ପାଇଁ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଉତ କହିଥିଲେ। ଏହା ସହ ବଡମାଧପୁର ଗ୍ରାମର ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ଦୀର୍ଘ ୪୦ ବର୍ଷ ହେଲା ବିଭିନ୍ନ ପ୍ରକାରର ସମସ୍ୟା ରହିଅଛି ‌। ଏହାର ତୁରନ୍ତ ସମାଧାନ କରାଯିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାରେ ଆଲୋଚନା ହୋଇଥିଲା। ଶେଷରେ ସର୍ବସମ୍ମତିକ୍ରମେ ବଡମାଧପୁର କୃଷକ ବିକାଶ ମଞ୍ଚ ଗଠନ କରାଯାଇଥିଲା। ଏଥିରେ ପ୍ରତ୍ୟେକ ସାହିର ଦୁଇ ଜଣ ଲେଖାଏଁ ସଭ୍ୟଙ୍କୁ ଚୟନ କରାଯାଇଥିଲେ। ଏହି ସମାବେଶରେ ୫୦୦ରୁ ଉର୍ଦ୍ଧ୍ବ ଚାଷୀ ସମାଗମ ହୋଇଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ, ସମସ୍ତ ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଗ୍ରାମବାସୀ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.