ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ କଂହରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ୨୦୨୦ ମସିହାରେ ନାବାଳିକା ୧୦ ମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍କୁଲ ଛୁଟି ଥିବାରୁ ଘରେ ରହୁଥିଲେ। ସେ ସମୟରେ ରୋହିତ କଂହର ପି-ମୃତ ସନିଆ କଂହର ଗ୍ରାମ-କେଲାପଡା ପିଡିତାଙ୍କ ଗ୍ରାମକୁ କୁଣିଆ ଆସି ପ୍ରଥମେ ବନ୍ଧୁତା ସ୍ଥାପନ କରି ପରେ ପିଡିତାଙ୍କ ସରଳତାର ସୁଯୋଗ ନେଇ, ଭଲପାଉଛି କହି ସେ ରହୁଥିବା ଘରକୁ ଡାକି ପିଡିତାଙ୍କ ସହ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିବା ପରେ ନିଜ ଗ୍ରାମ କେଲାପଡାକୁ ପଳାଇଥିଲା। କିନ୍ତୁ ଶାରୀରିକ ସମ୍ପର୍କଯୋଗୁଁ ପିଡିତା ଜଣଙ୍କ ଗର୍ଭବତୀ ବୋଲି ସନ୍ଦେହ କରି ଡାକ୍ତରୀ ପରୀକ୍ଷା କରିଥିଲେ ଓ ସମସ୍ତ ବିଷୟ ନିଜ ମାଆଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ପିଡିତାଙ୍କ ମା କେ-ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୬୦/୨୦୨୦ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

ad-week
Leave A Reply

Your email address will not be published.