ହିନ୍ଦୀ ଦିବସ ଓ ପକ୍ଷ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଗୁରୁକୁଳ ସଂକୃତ ମହାବିଦ୍ୟାଳୟ ଚକାପାଦ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ହିନ୍ଦୀ ଦିବସ ଓ ପକ୍ଷ ପାଳିତ ହୋଇଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଗୁରୁକୁଳ ସଂକୃତ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପଦ୍ମନାଭ ଡିଗାଲ ଯୋଗ ଦେଇଥିବାବେଳେ ସନମାନୀତ ଅତିଥି ଭାବରେ ସାହିତ୍ୟ ଅଧ୍ୟାପକ ଡ଼ଃ ସୂର୍ଯ୍ୟ ନାରାୟଣ ମିଶ୍ର, ଓଡ଼ିଆ ଅଧ୍ୟାପକ ତପନ କୁମାର ପ୍ରଧାନ, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ,ସୁଭଦ୍ରା ମଲ୍ଲିକ, ରୀତିମା ବାଘ, ଚନ୍ଦନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେ ଇ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ଥିଲା ହିନ୍ଦୀ ଭାଷା ଆମର ରାଷ୍ଟ୍ର ଭାଷା ଏହା ଭାରତ ର ସବୁସ୍ଥାନର ଜନ ସାଧାରଣ ଜାଣନ୍ତି ।ହିନ୍ଦୀ ଭାଷା ଜାଣିଲେ ଆମେ ଭାରତର ଯେକୌଣସି ସ୍ଥା ନକୁ ଯାଇ ଆସିପାରିବ । ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଦିପା ରାଣୀ ନାୟକ ପ୍ରଥମ , ମେଘାଶ୍ରୀ କଁହର ଦ୍ୱିତୀୟ ଏବଂ ଅଙ୍କିତା ଡିଗାଲ ତୃତୀୟ ହୋଇ ଥିଲେ ।ମୁଖ୍ୟ ଅତିଥି ଅନୁ ଥିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

ସଂଗୀତ ପ୍ରତିଯୋଗୀତରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦିବସ ୧୪ ସେପ୍ଟେମ୍ବରରୁ ଆରମ୍ବ ହୋଇ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ କନ୍ଧମାଳ ଜ଼ିଲ୍ଲାରେ ନେହରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ପ୍ରତି ଯୋଗିତା କରି ଜନ ସାଧାରଣ ମାନଙ୍କୁ ସଚେତନ କରାଯିବ ବୋଲି ନେହରୁ ଯୁବ କେନ୍ଦ୍ର ତରଫରୁ ସୂଚନା ଦିଆ ଯାଇଛି। ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ସୁଭଦ୍ରା ମଲ୍ଲିକ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶୁକ୍ଳମ୍ବର ନାୟକ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।

ad-week
Leave A Reply

Your email address will not be published.