ଦାରିଙ୍ଗବାଡ଼ି ସମିତି ବୈଠକ

add-all

ଦାରିଙ୍ଗବାଡ଼ (୧୪/୯) : ଦାରିଙ୍ଗବାଡ଼ି ୪ର୍ଥ ସମିତି ବୈଠକ ବ୍ଳକ ସଭାଗୃହରେ ବିଡିଓ ଗଦାଧର ପତ୍ରଙ୍କ ଅଧ୍ୟକ୍ଷତାରେ ୨୫ଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ,ଲାଇନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାସିନ୍ଧୁ ବେହେରା ଯୋଗଦେଇ ଥିଲେ । ପ୍ରଥମେ ବିଧାୟକ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରି ଲଗାଣ ବର୍ଷାରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ଷେୟ କ୍ଷେତିକୁ କିପରି ପୂରଣ କରାଯିବ ସେନେଇ ସୂଚନା ଦେଇଥିଲେ । ଲାଇନ ବିଭାଗର ଅଧିକାରୀ ମାନେ ନିଜ ବିଭାଗରେ ରହିଥିବା ସୁବିଧା ସମ୍ପର୍କରେ ଅବଗତ କରାଇବାକୁ ଯାଇ ଜନସ୍ୱାସ୍ଥ ଅଧିକାରୀ ଡା ଜାକେଶ ସାମନ୍ତରାୟ ସ୍ୱାସ୍ଥ୍ୟ ସୁବିଧା ନେଇ ସୂଚନା ଦେଇଥିଲେ । ଜନ ପ୍ରତିନିଧି ଦାସିଙ୍ଗବାଡ଼ି ସମିତି ସଭ୍ୟା ପ୍ରମିଳା ପ୍ରଧାନ ସହ ଅନ୍ୟ ପ୍ରତିନିଧି ସ୍ୱାସ୍ଥ୍ୟ ସମସ୍ୟା ତଥା ଆବଶ୍ୟକ ଔଷଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁନଥିବା, ଡାକ୍ତର ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହିବା, ଉପ କେନ୍ଦ୍ର ମାଙ୍କରେ ସ୍ୱାସ୍ଥ୍ୟ କର୍ମୀ ନରହିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶ ପ୍ରତିନିଧି ସରୋଜ କୁମାର ଦାସ ଯୋଗଦେଇ କିଭଳି ଆସୁଥିବା ବିପର୍ଯ୍ୟୟମୁକାବିଲା କରିବା ନେଇ ଆଲୋଚନା କରିଥିଲେ । ସେହିପରି ଶିକ୍ଷା ବିଭାଗ ଅତିରିକ୍ତ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସିନି ଦିଗାଲ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଅଞ୍ଜଳି ମହାପାତ୍ର, ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା ନିଜ ନିଜ ବିଭାଗରେ ରହିଥିବା ସୁବିଧା ନେଇ ସୂଚନା ଦେଇଥିଲେ । ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ ପାନୀୟ ଜଳଯୋଗାଣ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ବିଭାଗ ପକ୍ଷରୁ ରହିଥିବା ସୁବିଧା ପାଇବାରେ ସମସ୍ୟା ନେଇ ଜନପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ । ସମିତି ବୈଠକ ସୂଚନା ଜନପ୍ରତିନିଧି ମାନଙ୍କୁ ଠିକ ଭାବରେ ଜଣା ଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.