ବିଧାନସଭା ସଦାଚାର କମିଟି ସଦସ୍ୟଙ୍କ ମାଲକାନଗିରି ଗସ୍ତ : ସାମ୍ବାଦିକ ମାନଙ୍କୁ ଅଣ ଦେଖା…

add-all


ମାଲକାନଗିରି : ଆଜି ତା 14.09.2022 ରିଖ, ରାଜ୍ୟ ସରକାରଙ୍କ ବିଧାନ ସଭା ସଦାଚାର କମିଟି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିପରି ସହଯୋଗ ରଖାଯାଇ ଜନସାଧରଣଙ୍କ ସମସ୍ୟାର ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ସମୀକ୍ଷା କରାଯାଇଛି । ପ୍ରାରମ୍ଭରେ ସାମ୍ବାଦିକ ଙ୍କୁ ଡକାଇ ଫୋଟୋ ଓ ଭିଡିଓ ଉତ୍ତୋଳନ ପରେ ସାମ୍ବାଦିକ ଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା । ବିଧାନ ସଭା ସଦାଚାର କମିଟିର ସଭାପତି ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆସିଥିବା କମିଟି ,ବିଧାନ ସଭା ପ୍ରଣୀତ ବୁକ ସର୍କୁଲାର-47 ବିଷୟରେ ଜିଲ୍ଲାର ଅଧିକାରୀମାନଙ୍କ ସହିତ ଏବଂ ଉପସ୍ଥିତ ପି.ଆର.ଆଇ ମେମ୍ବର ସହିତ ଆଲୋଚନା କରିଥିଲେ । ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ ସମ୍ପାଦନ ହେଉଛି ବୋଲି ସମସ୍ତ ଅଧିକାରୀଙ୍କୁ ବିଧାନ ସଭା ସଦାଚାର କମିଟି ପ୍ରଶଂସା କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଶ୍ରୀମତୀ ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବାକା କମିଟିର ସଦସ୍ୟଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଶ୍ରୀଯୁକ୍ତ ପ୍ରୀତମ ପାଢୀ, ଶ୍ରୀଯୁକ୍ତ ଅଙ୍ଗଦ କହଁର , ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ, ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ବାନୀ,ଅତିରିକ୍ତ ଜିଲାପାଳ ଶ୍ରୀ ମହେଶ୍ଵର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଲ ମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଲ ଶ୍ରୀ ଅକ୍ଷୟ କୁମାର କ୍ଷେମୁଣ୍ଡି ସମେତ ଜିଲ୍ଲାର ସମସ୍ତ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.