ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୪ର୍ଥ ବୈଠକ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ (୧୪।୯) : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ର ୪ର୍ଥ ବୈଠକ ବ୍ଳକ ସଭା ଗୃହରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ବିଡ଼ିଓ ସୁବ୍ରତ କୁମାର ଜେନା ଓ ବିଧାୟକ ପ୍ରତିନିଧି ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ। ପାନୀୟ ଜଳ ପରିମଳ, ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ
ପ୍ରସଙ୍ଗରେ ବୈଠକରେ ଜନ ପ୍ରତିନିଧି ମାନେ ଆଲୋଚନା କରିଥିଲେ। ବଳ ବ୍ଳକ ରେ ଶତ ପ୍ରତିଶତ ଘରକୁ ପାନୀୟ ଜଳଯୋଗାଣ ତୁରନ୍ତ କରିବା ପାଇଁ ଦୃଷ୍ଟି ଆକର୍ଷଣ ହୋଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ପଞ୍ଚାୟତରେ ଚାଲିଥିବା ସେହି ବିଭାଗର କାର୍ଯ୍ୟଧାରା ଉପରେ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ବ୍ଳକ ଅନ୍ତର୍ଗତ ୩ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ , ସରପଞ୍ଚ, ସମିତି ସଦସ୍ୟ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।

ad-week
Leave A Reply

Your email address will not be published.