ନିମପଦରରେ ଆମ ପୋଲିସ ସମିତି ବୈଠକ…

add-all


ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ନିମପଦର ଗାଁ କୋଠଘରେ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଗ୍ରାମର ସଭାପତି ବାବୁଲା ଜେନା, ସମିତି ସଭ୍ୟ ବଳରାମ ସାହୁ, ଏସ୍ଆଇ କାହ୍ନୁ ଚରଣ ବାରିକ ପ୍ରମୁଖ ଯୋଗଦେଇ ଏଟିଏମ୍ ଫ୍ରଡ୍ କରି ଟଙ୍କା ଉଠାଣ, ଗୁଣି ଗାରିଡି ଭଳି ଅନ୍ଧ ବିଶ୍ଵାସ, ବେଆଇନ ଭାବରେ ଗାଡି ଚାଳନା, ସଡକ ସୁରକ୍ଷା ଆଦି ବିଭିନ୍ନ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରି ଏଥି ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ଗ୍ରାମରେ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବେ ଚଳିବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.