
ବ୍ରହ୍ମପୁର /ପୁରୁଷୋତ୍ତମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡି ଛକଠାରେ ହୋଇଥିବା ହତ୍ୟା ଘଟଣାରେ ବାପା ପୁଅଙ୍କ ସମେତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତ ମଙ୍ଗଳବାର ଯଥା ୧୩ ତାରିଖ ଦିନ ୧୧ ଟା ସମୟରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପୁରୁଷୋତ୍ତମପୁର ଥାନା ରାମସା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାହାକଙ୍କୁ (42 ) ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ କିଛି ଦୂବୃତ୍ତ । ସୂଚନା ପାଇଁ ସଦର ଏସ ଡି ପି ଓ ଶିବଶଙ୍କର ମହାପାତ୍ର ଓ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂର୍ଣ୍ଣିଚନ୍ଦ୍ର ନାହାକ କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ତୁରନ୍ତ ପଠାଇ ଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ପତ୍ନି ମିନତି ନାହାକ ବ୍ରହ୍ମପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଯାହାକି ସଦର ଥାନା କେସ ନୁମ୍ବର 422/2022 ରେ ପଞ୍ଜିକୃତ ହୋଇ ଉକ୍ତ ଘଟଣାର ତଦନ୍ତ କରିବା ସହିତ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାମସା ଗ୍ରାମର ଭିମ ବେହେରା (୨୯), ସାଗର ବେହେରା (୨୬) ଏବଂ କୃଷ୍ଣ ବେହେରା (୫୦)। ପୂର୍ବ ସତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଗତ ଜୁନ ମାସରେ ମୃତକ ଜଣଙ୍କ ଅଭିଯୁକ୍ତମାନଙ୍କୁ ମାରପିଟ ଓ ଗାଲିଗୁଲଜ କରିଥିଲେ। ଉକ୍ତ ଦିନ ଠାରୁ ଅଭିଯୁକ୍ତମାନେ ପୂର୍ଣ୍ଣ ଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲେ। ଗତ ମଙ୍ଗଳବାର ଦିନ ବ୍ରହ୍ମପୁର କୋର୍ଟରେ ଏକ ପୋଷ୍କ କୋର୍ଟ ରେ ଏକ ମାମଲାର ସାକ୍ଷ୍ୟ ପ୍ରଦାନ ପାଇଂ ମୃତକ ଜଣଙ୍କ ବାଇକରେ ଏକୁଟିଆ ଆସୁଥିବା ର ଦେଖି ମୁଖ୍ୟ ଅଭିଯୁକ୍ତ ତାହାର ସହଯୋଗି ମାନଙ୍କୁ ଏକଜୁଟ କରିଥିଲା। ନିଜ ଗ୍ରାମରୁ ପୂର୍ଣ୍ଣଚନ୍ଦ୍ରକୁ ପିଛା କରିବା ଆସିବା ସହିତ ରେଗିଡି ଛକଠାରେ ସୁଯୋଗ ପାଇଁ ଖଣ୍ଡାର ଆକ୍ରମଣ କରିଥିଲେ। ଏହାପରେ ରକ୍ତ ଜୁଡୁବୁଡୁ ଅସ୍ଥାରେ ରାସ୍ତା କଡରେ ଛାଡି ଚାଲି ଯାଇଥିଲେ ଏବଂ ମୃତକଙ୍କ ପତ୍ନିଙ୍କୁ ଫୋନ ଯୋଗେ ଆକ୍ରମଣ ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ପୋଲିସ ବର୍ତ୍ତମାନ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି U/s147/148294/506/302/120(B)/149, ଆଇ ପି ସି ଏବଂ r/ୱ ସେକ୍ସନ 3(2)(v)/3(2) (v-a)ର ସସ &st (POA) ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୂର୍କ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଜି ବ୍ରହ୍ମପୁର ଏସ ପି ସୂଚନା ଦେଇଛନ୍ତି।