
ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟା ରେ ପ୍ରେସ କ୍ଲବରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସୁ ପ୍ରସନ୍ନ ମଲିକଙ୍କୁ ମଧ୍ୟ ଉପଢୌକନ ଓ ଫୁଲ ତୋଡ଼ା ପ୍ରଦାନ କରି ସ୍ଵାଗତ କରାଯାଇଥିଲା l
ଏହି ଅବସରରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସମାଜ ସେବୀତଥା ମିଳିତ ମଞ୍ଚ ଆବାହକ ଅଶୋକ ପରିଡା,ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତିସୁନୀଲ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ
କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଏସ୍ଡ଼ିପିଓ ଭାବେ ମହେନ୍ଦ୍ର ନାଥ ମୁର୍ମୁ ନିଷ୍ଠା, ଆନ୍ତରିକତା ଓ ଦକ୍ଷତାର ସହ ଦିନ ରାତି ଏକ କରି ନିରବିଛିନ ଭାବେ ସହରବାସୀଙ୍କୁ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି ସୁରକ୍ଷା ଯୋଗାଇ ଆସୁଥିଲେ ବୋଲି କହିଥିଲେ l ସେହିପରି କରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ କରୋନା ମୁକାବିଲା କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ଥିଲା ବୋଲି କହିଥିଲେ l ପୋଲିସ ଅଫିସର ମହେନ୍ଦ୍ରନାଥ ମୁର୍ମୁଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଆଇନଜୀବୀ ବ୍ରଜ ପଟନାୟକ, ହେମନ୍ତ ମହାନ୍ତି, ନବ କୃଷ୍ଣ ରଥ, ପ୍ରଣବ ମଣ୍ଡଳ, ପଞ୍ଚାନନ କହଁର, ସାମ୍ବାଦିକ ଶିବାନନ୍ଦ ପଟନାୟକ, ଖିରୋଦ ସାହାଣୀ ପ୍ରମୁଖ ଏସ୍ଡ଼ିପିଓ ମୁର୍ମୁଙ୍କ ଉନ୍ନତ ଚିନ୍ତାଧାରା, ସେଵା ମନଭାଵ,ସଚୋଟତା ଭାଇଚାରା, ଓ ନିଜର ଅଭିନବ କାର୍ଯ୍ୟଶୈଳୀ ଯୋଗୁଁ ସହରରେ ବେଶ ଲୋକ ପ୍ରିୟ ହୋଇପାରିବା ସଂଗେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଥିଲା ବୋଲି ବର୍ଣ୍ଣନା କରିଥିଲେ l ସେହିପରି ଏସ୍ଡ଼ିପିଓ ମୁର୍ମୁ ମଧ୍ୟ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ସହରବାସୀଙ୍କ ତାଙ୍କ ପ୍ରତି ଥିବା ଆନ୍ତରିକ ସହଯୋଗ ଓ ଭଲପାଇବା କୁ ଜୀବନ ରେ କେବେ ଭୁଲି ପାରିବେନି ବୋଲି କହିଥିଲେ lସେହିପରି କଟକ ଗ୍ରାମାଞ୍ଚଳ ଏସଡ଼ି ପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରଶନ ମଲିକ ମଧ୍ୟ ଏହି ଅବସରରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଧ୍ୟାନ ଦେବେ ବୋଲି କହିଥିଲେ l ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ l