ଲଗାଣ ବର୍ଷାରେ ଭାଙ୍ଗିଲା ଘର, ହେଲେ ସର୍ଵ ନିମ୍ନ ସହାୟତା ପାଇବାରୁ ବଞ୍ଚିତ

add-all

ଦାରିଙ୍ଗବାଡ଼ି (୧୫/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିବା ଫଳରେ ଗ୍ରାମାଞ୍ଚଳର ବହୁ ଲୋକଙ୍କ ଘର ଦୁଆର ଭାଙ୍ଗି ଯାଇଛି। ଆଜି ଯାଏ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ବହୁ ଲୋକ, ସର୍ଵ ନିମ୍ନ ସହାୟତା ପାଇ ନଥିବା ଖବର ହସ୍ତଗତ ହୋଇଛି। ଯାହାକି ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କସବସା ଗ୍ରାମର ଏଲିଆସ ବଡ଼ସେଠଙ୍କ ଘର ଚଳିତ ମାସର ଲଗାଣ ବର୍ଷାରେ ଘରର କାନ୍ଧ ଭୁଶୁଡି ପଡିଛି। ଏନେଇ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଆଜ ଯାଏ କୌଣସି ସହାୟତା ପାଇନଥିବା ଏଲିଆସ ବଡ଼ସେଠ କହିଛନ୍ତି। ଏଣୁ ଅତି ଶୀଘ୍ର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରି ସହାୟତା ଯୋଗାଇ ଦେବାକୁ କସବସା ଗ୍ରାମ ବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.