ସୁଶାସନ ସମ୍ପର୍କୀୟ କର୍ମଶାଳା

add-all

ଦାରିଙ୍ଗବାଡ଼ି, ୧୫/୯ : ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା କୁ ନେଇ, ସୁଶାସନ ସମ୍ପର୍କୀୟ ଅନୁସ୍ଥାପନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଲାଇଫ ଶୋ ରେ ପ୍ରଦର୍ଶନ କରି ବୁଝାଇ ଥିଲେ । ଏହି କର୍ମଶାଳା ରେ ବ୍ଲକ ର ଜିଆରଏସ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆଶା, ଅଙ୍ଗନବାଡ଼ି, ଏବଂ ବ୍ଲକର ସମସ୍ତ ବିଭାଗ ଅଧିକାରୀଙ୍କୁ ନେଇ ଗ୍ରାମାଞ୍ଚଳରେ କିପରି ବିଭିନ୍ନ କ୍ଷେତ୍ରରେ ବିକାଶ ଏବଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ କିଭଳି ଅଭିବୃଦ୍ଧି ଆଣିପାରିବା ସେ ନେଇ କର୍ମଶାଳା ହୋଇଥିଲା। ଏଥିରେ ତହସିଲଦାର ଅଶୋକ କୁମାର ଦାସ, ଏବିଡ଼ିଓ କୃପାସିନ୍ଧୁ ବେହେରା, ମେଡ଼ିକାଲ ଇନ ଚାର୍ଜ ଜାକେଶ ସାମନ୍ତ ରାୟ, ସିଡିପିଓ ଅଞ୍ଜଳି ମହାପାତ୍ର ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.