ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ

add-all

ବ୍ରହ୍ମପୁର : ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ବନ୍ଦ କରିବା, କୋଭିଡ଼ ପୁର୍ବରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବା ଆଦି ଦାବିରେ ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସମ୍ପାଦକ ଯୁଧିଷ୍ଠିରବେହେରା ଙ୍କ ନେତୃତ୍ୱରେ ବହୁ ସଦସ୍ୟ ଯୋଗ ଦେଇ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୮ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଷ୍ଟେସନ ମେନେଜର ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ଇଷ୍ଟକଷ୍ଟ ଜେନେରାଲ ମେନେଜର ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି। ରେଳବାଇର ମୂଲ୍ୟବାନ ଜମି ବିକ୍ରି ନିଷ୍ପତ୍ତି ବାତିଲ କରିବା ସହିତ ରେଳବାଇର ଘରୋଇକରଣ ବନ୍ଦକର ଦାବିରେ ସିପି ଆଇଏମ ଦାବି କରିଛି। ଏଥି ସହିତ ରେଳବାଇର ପାସିଞ୍ଜେର ଶୋଷଣ ନୀତିର ତୀବ୍ର ସମାଲୋଚନା କରିଥିଲେ। 2020-21 ରେ 4416 କୋଟି ଓ 2021-22ରେ 6090 କୋଟି ଲାଭ କରିଥିଲେ ମଧ୍ୟ ପାସିଞ୍ଜେର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ରେଳବାଇର ପାସେଞ୍ଜର ଶୋଷଣ ନୀତି ବୋଲି ଅଭିଯୋଗ ହୋଇଛି।ସେହିଭଳି କୋଭିଡ କଟକଣା ଅଳରେ ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗକୁ ବନ୍ଦ କରି ଦିଆଯାଇଛି।ଅନ୍ୟ ଦିଗରେ ରେଳବାଇରେ ପୁଞ୍ଜି ଆବଶ୍ୟକ ନାମରେ ରେଳ, ରେଳଷ୍ଟେସନ ଓ ବହୁମୂଲ୍ୟ ଜମି ଗୁଡିକୁ ବିକ୍ରୀ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।କେନ୍ଦ୍ର ସରକାର ରେଳବାଇକୁ ଦେଶର ଗମନାଗମନର” ଲାଇଫ ଲାଇନ” ପରିବର୍ତ୍ତେ କର୍ପୋରେଟମାନଙ୍କ” ପ୍ରଫିଟ ଲାଇନରେ”ରୂପାନ୍ତରିତ କରିବାକୁ ଚକ୍ରାନ୍ତ କରୁ ଥିବା ଅଭିଯୋଗ କରିଛି ସିପିଏମ।ଏହାର ତୀବ୍ର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଆଂଚଳିକ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ,ଗୋକୁଳ ତ୍ରିପାଠୀ,ରଂଜନ ପାତ୍ର, କେଶବ ଗୌଡ଼, ହରି ନାହାକ, କୃଷ୍ଣ ନାହାକ,ପୁରସ୍ତମ୍ଭ ସାହୁ, ଗୋପାଳ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.