
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ ଚିତ୍ରକୋଣ୍ଡା ଥାନା ଏସ.ଆଇ. ବିଜୟ କୁମାର ମାଝୀ ଗାଡ଼ି ମଟର ଯାଞ୍ଚ କରୁଥିବା ସମୟରେ କାର ଏବଂ ବାଇକ ସହ ୦୧ କୁଇଣ୍ଟାଲ ୪ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହିତ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ ଗତ କାଲି ମାଧ୍ୟାହ୍ନ ୧୧.୨୦ ରେ ଚିତ୍ରକୁଣ୍ଡା ଥାନା ଏସ.ଆଇ. ବିଜୟ କୁମାର ମାଝୀ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସର ଏକ ଟିମ ଟନେଲକ୍ୟାମ୍ପରୁ ମନ୍ତ୍ରୀପୁଟ ଏବଂ ସ୍ପିଲବାଇ ମଧ୍ୟରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ ଗୋଟିଏ ବେନାମୀ ନମ୍ବର ନଥିବା ବାଇକରେ ଦୁଇଜଣ ଯାଉଥିଲେ ଏବଂ ତାଙ୍କ ପଛରେ ଏକ ଧଳା ରଙ୍ଗର କାର ନମ୍ବର MH 12 SQ 5273 ଗାଡ଼ିଟି ପାପୁଲୁର ପଟୁ ଆସୁଥିଲା । ପୁଲିସ ଯାଞ୍ଚ କରୁଥିବାର ଦେଖି ଗାଡିକୁ ଛାଡ଼ି ଅଭିଯୁକ୍ତ ମାନେ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ ପୁଲିସ ଚାରି ଜଣ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ l ପୁଲିସ କାର ତଲାସି କଲା ବେଳକୁ କାର ଗାଡ଼ି ଭିତରୁ ଚାରିଟି ଜରି ଗଞ୍ଜେଇ ବ୍ୟାଗରେ ଦେଖିବାକୁ ପାଇଥିଲେ l ଗଞ୍ଜେଇ ବ୍ୟାଗ, ବାଇକ ଓ କାର ସହିତ ଚାରି ଜଣ ଅଭିଯୁକ୍ତକୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ । ଚିତ୍ରକୋଣ୍ଡା ଥାନା କେଶ ନମ୍ବର -118/2022 ଅନୁଯାଇ, ମିଳିଥିବା ୪ ଗୋଟି ଗଞ୍ଜେଇ ବ୍ୟାଗରୁ ୦୧ କୁଇଣ୍ଟାଲ ୪ କେଜି ୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା, କାର ଏବଂ ବାଇକ କୁ ଜବତ କରି ଚାରି ଜଣ ଅଭିଯୁକ୍ତ ମାନେ ମାଲକାନଗିରି ଜିଲ୍ଲା ପାପୁଲୁରର ଶିବମଣୀ ସାଇଚେମ, ବୟସ ୨୦ ଏବଂ ଧନରାଜ ପାପୁଲ, ବୟସ ୨୧ ଓ ମହାରାଷ୍ଟ୍ରର ସୋଲାମୟ ଜିଲ୍ଲା କର୍ମାଲ ଥାନା ଅନ୍ତର୍ଭୁକ୍ତ କୋର୍ଟିବୋଥ ଗ୍ରାମର ମୁନା ଇନସୁ ସେଇକ, ବୟସ ୩୨ ଏବଂ ଛାଗନ ବାପୁ ସିନ୍ଧେକୁ ଆଜି କୋଟ ଚାଲାଣ କରାଯାଇଛି l ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ପାପୁଲୁର ଅଂଚଳରୁ ମହାରାଷ୍ଟ୍ର କୁ ଚାଲାଣ କରାଯାଉଥିବା ଚିତ୍ରକୋଣ୍ଡା ଏସ.ଡ଼ି.ପି.ଓ. ଅଂଶୁମାନ ଦ୍ଵିବେଦୀ ସୂଚନା ଦେଇଛନ୍ତି l