ନାଳରେ ଭାସି ଯାଇ ବ୍ରାହ୍ମଣୀଗାଁ ଥାନ ଅଧିନସ୍ଥ ଝିଞ୍ଜିରିଗୁଡା ଗ୍ରାମର ଜଣେ ମୃତ

add-all

ଦାରିଙ୍ଗବାଡ଼ି (୧୬/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମାର ବୁଡୁ ମହାଙ୍କୁଡ଼(୪୨)ଙ୍କ ମୃତ ଶରୀର, ସିପିଏସ ଡବ୍ଲୁ ଅନୁଷ୍ଠାନ ପଛପାଖ ଦେଇ ଯାଇଥିବା ପାହାଡିଆ ନାଳ ସର୍ଗିଦର ମଝିରେ ଥିବା ପଥରେ ଲାଗି ରହିଥିବା ଦେଖିବାକୁ ମିଳିଛି। ଖବର ନେବାରୁ ଜଣା ପଡିଛି ଯେ ବୁଡୁ ମହାକୁଡ଼ ଗତ ୧୪ ତାରିଖ ବୁଧବାର ଦିନ ଛେଳି ଚରାଇବାକୁ ଯାଇ ନିଜ ଘରକୁ ଆଉ ଫେରିନଥିଲା । ପରିବାର ସଦସ୍ୟ ଚିନ୍ତାରେ ଆଖ ପାଖ ଗାଁ ଓ ଆତ୍ମୀୟବନ୍ଧୁ ବାନ୍ଧବଙ୍କୁ ଖବର ଦେଇ ଖୋଜା ଖୋଜି କରୁଥିଲେ। ହେଲେ ଆଜି ଗାଈଗୋରୁ ଚରାଇବାକୁ ନେଇଥିବା ଲୋକ ମାନେ ସିପିଏସଡବ୍ଲୁ ଅନୁଷ୍ଠାନର ପଛ ପାଖଦେଇ ବହିଯାଇଥିବା ପାହାଡିଆ ସର୍ଗିଦର ନାଳ ମଝିରେ ରହିଥିବା ପଥରରେ ମୃତ ଶରୀର ଲାଗି ରହିଥିବା ଦେଖି ବିଭିନ୍ନ ଲୋକଙ୍କୁ କହିଥିଲେ। ଏହି ଖବର ପାଇ ମୃତ ବୁଡୁ ମହାଙ୍କୁଡ଼ ପରିବାର ବର୍ଗ ଓ ଝିଞ୍ଜିରିଗୁଡା ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି, ଦେଖି ବୁଡୁର ମୃତ ଶରୀର ବୋଲି ଚିହ୍ନଟ କରିଥିଲେ। ଏହାପରେ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାକୁ ଖବର କରିଥିଲେ। ଥାନ ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ଉପ ନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସ ଆଇ ଶଙ୍କର ୱାଡାକା ଓ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଝିଞ୍ଜିରିଗୁଡା ଗ୍ରାବାସୀଙ୍କ ସହଯୋଗରେ ନାଳ ପାଣିରୁ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ପଠାଇ ଥିବା ଦେଖିବାକୁ ମିଳିଛି। ପାହାଡିଆ ନାଳରେ ଭାସିଯାଇ ବୁଡୁ ମହାଙ୍କୁଡ଼ ଙ୍କ ମୃତ୍ୟୁ ହୋଇଥିବା ସର୍ଵ ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି।

ad-week
Leave A Reply

Your email address will not be published.