ବିଷାକ୍ତ ସାପ କାମୁଡ଼ାରେ ବାଳକ ମୃତ

add-all

ଚିତ୍ରକୋଣ୍ଡା(୧୬/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ  ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅନ୍ତର୍ଭୁକ୍ତ ସ୍ଥାନୀୟ ରାଲେଗାଡା ଗ୍ରାମର ଆସୁ ମାରି ର ଚାରି ବର୍ଷର ପୁଅ ଲିଙ୍ଗେସ ମାରି ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ସମୟରେ ଏକ ବିଷାକ୍ତ ସାପ ମଶାରୀ ଭିତରେ ପଶି କାମୁଡ଼ି ଦେବା ପରେ ସେ ଚିତ୍କାର କରି ଛଟ ପଟ କାନ୍ଦି ଉଠିଥିଲା ଏବଂ କାନ୍ଦି କାନ୍ଦି ଅଚେତ ହୋଇ ଯାଇଥିଲା ପରିବାର ଲୋକେ ସଙ୍ଗେ ସଙ୍ଗେ ଜାନବାଇ ମେଡିକାଲକୁ ଆଣିଲା ବେଳକୁ ତାର ମୃତୁ ହୋଇଥିଲା l ପାପରମେଟେଲା ଥାନାରେ ଏକ ମାମଲା ରୁଜୁ କରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ଶରୀର ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l ଉକ୍ତ ପରିବାର ପାଖରେ ରାଲେଗାଡା ପଞ୍ଚାୟତ ସରପଞ୍ଚ କମଳୁ ହନ୍ତାଳ ପହଞ୍ଚି ସମବେଦନା ଜଣାଇବା ସହ ପ୍ରତେକ କାର୍ଯ୍ୟରେ ଠିଆ ହୋଇ  ସହଯୋଗର ହାତ ବଢ଼ାଇଥିଲେ l 

ad-week
Leave A Reply

Your email address will not be published.