ବଜ୍ରକାପ୍ତା ଚୋରା ବିକ୍ରି ବେଳେ ବନ ବିଭାଗ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର : ୮ଜଣ ଗିରଫ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ

ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ ଚଢାଉ ରାକେଟର ୮ ଜଣ ସଦସ୍ୟଙ୍କୁ ବନ ବିଭାଗର ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ଆଜିର ଏହି ଚଢଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।

ad-week
Leave A Reply

Your email address will not be published.