ଅଶ୍ଲିଳ ଭାଷା ପ୍ରୟୋଗ କରି ୟୁ ଟ୍ୱବରେ ସଂଗୀତ ପରିବେଷଣ କରିଥିବା ଯୋଗୁଁ,ଥାନାରେ ଏତଲା…

add-all


ନବରଙ୍ଗପୁର : ନବରଙ୍ଗପୁର ଟାଉନ ଥାନା ରେ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ଘର, ଆମେ ନରଙ୍ଗପୁରିଆ ସୋସିଆଲ ମିଡ଼ିଆ ଗୃପ, ଏବଂ ନବରଙ୍ଗପୁର ଜିଲ୍ଲା କଳାକାର ସଂଘର ଶତାଧିକ କର୍ମକର୍ତ୍ତା ପହଞ୍ଚି ପୃଥକ ଭାବେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ବାଲେଶ୍ବର, କୁଚିଣ୍ଡା ବାସିନ୍ଦା ଶଂକର ଓମ୍ ଶରଣ ୟୁ ଟ୍ୱବରେ ସସ୍ତା ଲୋକପ୍ରିୟତା ହାସଲ କରିବା ଲକ୍ଷରେ କିଛି ଜିଲ୍ଲାର ଝିଅ ଭଉଣୀ ଙ୍କ ପ୍ରତି ଅଶାଳୀନ, ଅଭଦ୍ର, ଅସାମାଜିକ କଟୁ ଆକ୍ଷେପ କରି ସେଥିରେ ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଝିଅ ମାନଙ୍କୁ ବି ସାମିଲ କରିଥିବାରୁ ଏହା ଜିଲ୍ଲା ବାସିଙ୍କୁ ବ୍ୟଥିତ କରିଥିଲା। ତେଣୁ ବାଧ୍ୟ ହୋଇ ଥାନାରେ ଉକ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏତଲା ଦାଏର କରାଯାଇଛି। ମାଁ ଭଉଣୀ ଙ୍କୁ ନେଇ ଏ ଭଳି ଅସଭ୍ୟ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ମାଁ ଭଉଣୀ ଙ୍କୁ ନେଇ ଏ ଭଳି ଉପହାସ କରିବାକୁ କେହି ଭୟ କରିବେ ନାହିଁ।ତେଣୁ ଆଇନ ଅନୁଯାୟୀ ଉକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ମାଁ ଘର ଅଧ୍ୟକ୍ଷା ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ।ସେହିଭଳି ଗୀତ, ସଂଗୀତ, ନୃତ୍ୟ ହେଉଛି ପବିତ୍ର ସାରସ୍ୱତ କଳା।ତାକୁ ନେଇ ଏଭଳି ବିକୃତ ସଂଳାପ ଦ୍ୱାରା ମାଁ ଓ ମାଟିକୁ ଅସମ୍ମାନ କରିବା କାହାର ବି ଅଧିକାର ନ ରହିବା ଉଚିତ୍।ଏଭଳି ବିକୃତ ମାନସିକତା ର ବ୍ୟକ୍ତି ଙ୍କୁ ଏଥିରୁ ନିବୃତ ରହିବା ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଶ୍ରୀ ଦେବଦାସ ମହାଙ୍କୁଡ ଦାବୀ କରିଥିଲେ। ଏତଲା ଦେବା ସମୟରେ ମାଁ ଘର ତରଫରୁ ଅଧ୍ୟକ୍ଷା ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ,ମାୟାରାଣି ପାତ୍ର,ପ୍ରଭାତୀ ପାତ୍ର, କାମିନୀ ତ୍ରିପାଠୀ,ସୁଧାରାଣୀ ନାଇଡୁ,
ଜିଲ୍ଲା କଳାକାର ସଂଘ ତରଫରୁ ବରିଷ୍ଠ କଳାକାର ଶ୍ରୀ ଦେବଦାସ ମହାଙ୍କୁଡ ଶ୍ରୀ ସୁରେଶ ମହାନ୍ତି, ଶ୍ରୀ ଦୂର୍ଗା ପ୍ରସାଦ ପାଢ଼ୀ, ଶ୍ରୀ ସୁରେଶ ମିଶ୍ର, ଶ୍ରୀ ଫାଲଗୁନୀ ପାତ୍ର (ଚିନୁ) ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ଟିକି ସୁନା, ଶ୍ରୀ ଯୁଗଳ ତ୍ରିପାଠୀ, ଶ୍ରୀ ଅମର ମହାନ୍ତି, ଶ୍ରୀ ଜଗୁ ଆଚାରୀ ଏବଂ ଆମେ ନବରଙ୍ଗପୁରିଆ ଗୃପ ତରଫରୁ ଶ୍ରୀ ବିକ୍ରମ ଦାସ, ଶ୍ରୀ ରବି ପ୍ରସାଦ, , ଶ୍ରୀ ନିନିବାବୁ ତ୍ରିପାଠୀ, ଶ୍ରୀ ସୁମିତ ପାଳ, ଶ୍ରୀ ସମୀର ପାତ୍ର, ଶ୍ରୀ ସିରାଜୁଦିନ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.