ଲାଲଗଡ଼ର ଦୁର୍ଗମ ଓଡିଶା ଆନ୍ଧ୍ର ସୀମାନ୍ତ ଗ୍ରାମ ଗ୍ରସ୍ତ କଲେ ଜିଲ୍ଲାର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ର ସୀମାନ୍ତ ରେ ଥିବା ଦୁର୍ଗମ ଗ୍ରାମ ମଣ୍ଡାପଲ୍ଲୀ,କତା ଉରୁ, କଟେଡ଼ରୁବନ୍ତ ,ଜୁମଡାଙ୍ଗ ଗ୍ରାମ ଗ୍ରସ୍ତ କରିଛନ୍ତି ମାଲକାନଗିରି ଜିଲ୍ଲା ସବକଲେକ୍ଟର ଅକ୍ଷୟ ଖେମୁଡୁ,ପିଏଆଇଟିଡିଏ ତ୍ରିନାଥ ମାଝୀ,ଚିତ୍ରକୁଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ଚିତ୍ରକୁଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା, DSWO ସାଗରିକା ସାହୁ। ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତର୍ଜମା କରିବାସହ ଜୁମଡାଙ୍ଗ ଗ୍ରାମ ରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ପରେ ମଣ୍ଡାପଲ୍ଲୀ ଛକ ଠାରେ ପ୍ରସ୍ତାବିତ ଏସସି ଏଷ୍ଟି ସ୍କୁଲ ଓ ହଷ୍ଟେଲ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ କରିବା ସହ କଟେଉରୁ ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ କାଗଜରେ ଓଡ଼ିଆ ଭାଷାରେ ଲେଖା ଯାଇଥିବା କିଛି ଧାଡି ପଢିବାକୁ କହିବା ସହ ପିଲାଙ୍କର ଓଡ଼ିଆ ଭାଷା ସମ୍ପର୍କରେ ଜ୍ଞାନର ପରୀକ୍ଷା କରିଥିଲେ। ପରେ ଗ୍ରାମବାସୀଙ୍କ ସହ ମିଶି ସରକାରଙ୍କ ବିଭିନ୍ନ ଯୋଜନା ଠିକ ରୂପେ ସେମାନଙ୍କ ନିକଟରେ ପହଂଚୁଛି କି ନାହିଁ ପଚାରି ବୁଝିଥିଲେ। ମାଣ୍ଡାପଲ୍ଲୀ ଓ କଟେଉରୁ ଗ୍ରାମରେ କିଛି ଯୁବକଙ୍କୁ ଭଲିବଲ ପ୍ରଦାନ କରିବା ସହ ସେମାନଙ୍କ ସହ ଭଳିବଲ ଖେଳିଥିଲେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଏ ଆଇଟିଡିଏ ତ୍ରିନାଥ ମାଝୀ,ଚିତ୍ରକୁଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ଚିତ୍ରକୁଣ୍ଡା ତହସିଲଦାର ଟୀ ପଦ୍ମନାଭ ଦୋରା।

ad-week
Leave A Reply

Your email address will not be published.