କୁକୁଡ଼ାଖଣ୍ଡି ବ୍ଲକ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା

add-all

କୁକୁଡାଖଣ୍ଡି (୧୮/୯) : କୁକୁଡାଖଣ୍ଡି ବ୍ଲକ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଛି । ବିଜେଡି ବ୍ଲକ ସଭାପତି ଭାବେ ଡେଙ୍ଗାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତାରାମ ସାହୁଙ୍କୁ ମନୋନୀତ କରାଯାଇଛି । ସେହିଭଳି ଉପ-ସଭାପତି ଭାବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ୯ନଂ-ଜିଲ୍ଲାପରିଷଦ ସଭ୍ୟ କୈଳାଶ ବିଷୋୟୀ,ମହୁଡା ସମିତିସଭ୍ୟ ତଥା ସମାଜସେବୀ ଜତୀନ୍ଦ୍ର ପାତ୍ର,ରବୀନ୍ଦ୍ର ମହାରଣାଙ୍କୁ ମନୋନୀତ କରାଯାଇଛି ।ସେହିଭଳି ବ୍ଲକ ସାଧାରଣ ସମ୍ପାଦକ ଭାବେ ସନାତନ ସଂଗ୍ରାମ ସିଂ ଙ୍କୁ ମନୋନୀତ କରାଯାଇଛି । ସେହିଭଳି ସମ୍ପାଦକ ଭାବେ ନିରଞ୍ଜନ ମହାନ୍ତି,ଭିନ୍ନକ୍ଷମ ନେତା କେ.ମଣିବାବୁ,ସୁରେଶ ସେଠି,ପ୍ରଶାନ୍ତ ସ୍ବାଇଁ,ଭବାନୀ ଶଙ୍କର ବିଶ୍ୱାଳ,ନରସିଂହ ସାହୁ,କାନ୍ହୁ ପାତ୍ର ଓ ବିପ୍ର ନାୟକ ମନୋନୀତ ହୋଇଛନ୍ତି ।ବ୍ଲକ ବିଜେଡିର କୋଷାଧ୍ୟକ୍ଷ ଭାବେ ଜଗଦଳପୁର ପଞ୍ଚାୟତର ସମିତି ସଭ୍ୟ ବି. ରବୀନ୍ଦ୍ର ପାତ୍ରଙ୍କୁ ମନୋନୀତ କରାଯାଇଛି । ସେହିଭଳି ୧୭ଟି ପଞ୍ଚାୟତର ପଞ୍ଚାୟତ ସଭାପତିଙ୍କୁ ଜିଲ୍ଲା ବିଜେଡି ସଭାପତି ମନୋନୀତ କରାଯାଇଥିବା ବେଳେ ସେମାନେ ହେଲେ ,ଅନନ୍ତେଇ- କାମେଶ୍ୱର ବିଶ୍ୱାଳ,ଆଙ୍କୁଶପୁର- ରମେଶ ପାଣିଗ୍ରାହୀ,ବାଲିପଡା- ମନୋଜ ବିଷୋୟୀ,ବାଘଲଟି- ଶମ୍ଭୁନାଥ ଗୌଡ଼,ବନ୍ତପଲି-ରଞ୍ଜନ ସ୍ବାଇଁ, ବୋଉଳଝୋଳି-ରୋହିତ କୁମାର ଭୂୟାଁ,ଦକ୍ଷିଣପୁର-ସତ୍ୟବାନ ମହାଙ୍କୁଡା,ଡେଙ୍ଗାପଦର-ନିରଞ୍ଜନ ସାହୁ,ଲାଠୀ-ରଙ୍କନିଧି ପଣ୍ଡା,ଲାଞ୍ଜିଆ-କୋରା ଗୌଡ଼, ଜଗଦଳପୁର-କେ.ବାବୁଲା ପାତ୍ର,କଙ୍କିଆ-ବିଷ୍ଣୁ ମଲ୍ଲିକ,କୁକୁଡ଼ାଖଣ୍ଡି-ଅଦଲ ଚେନେୟା,ମସିହାଖାଲି-ପ୍ରକାଶ ପ୍ରଧାନ,ମହୁଡା-ଅମୂଲ୍ୟ ନାହାକ, ରୋହିଗାଁ ବାଳକୃଷ୍ଣ ସ୍ବାଇଁ,ଓ ସିହଳା ରାଜେନ୍ଦ୍ର ଗୌଡ଼ଙ୍କୁ ମନୋନୀତ କରାଯାଇଥିବା ନେଇ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।ମନୋନୀତ ହୋଇଥିବା ନୂତନ କର୍ମକର୍ତାମାନେ ସ୍ଥାନୀୟ ବିଧାୟକ ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର,ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିପ୍ଳବ ପାତ୍ର,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟାକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ad-week
Leave A Reply

Your email address will not be published.