ଡଃ ନୃସିଂହାନନ୍ଦ ମହାପାତ୍ର ସମ୍ବର୍ଦ୍ଧିତ

add-all

ଫୁଲବାଣୀ : କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କଟକ ସ୍ଥିତ ପରଜାପତି ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟ ଉତ୍ସବ ୨୦୨୨ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି l ଶିଶୁ କବିତା ସଙ୍କଳନ “ଚାଲ ବୁଲିଯିବା କନ୍ଧମାଳ” ପୁସ୍ତକ ଆଧାରରେ ତାଙ୍କୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି l ସଂସଦର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଂଯୋଜନାରେ ବରିଷ୍ଠ ଶିଶୁ ସାହିତ୍ୟିକ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମହେଶ୍ବର ମହାନ୍ତି ଉଦ୍ଘାଟକ ଭାବେ ଯୋଗ ଦେଇ ଶିଶୁ ମାନଙ୍କ ପାଇଁ ଶିଶୁ ସାହିତ୍ୟର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମାନବିକ ଅଧିକାର କମିଶନର ସଦସ୍ଯ ଅସୀମ ଅମିତାଭ ଦାସ, ଖଣି ଓ ଇସ୍ପାତ ନିଗମ ର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା, ଉପନିର୍ଦ୍ଦେଶକ ଡଃ ଯଶବନ୍ତ ସାମଲ, ସୁ ସାହିତ୍ୟିକ ଡଃ ବିଦ୍ୟୁତ ପ୍ରଭା ମିଶ୍ର, ପ୍ରଫେସର ନୀଳକଣ୍ଠ ରାଉତ, ଗାନ୍ଧୀ ବିଚାର ମଞ୍ଚର ବିଶ୍ଵଜିତ ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀମତୀ ବିଜୟା ଲକ୍ଷ୍ମୀ ସାମନ୍ତରାୟ ଅନୁଷ୍ଠାନର ସଭାପତି ଭାବେ ଯୋଗ ଦେଇ ଥିଲେ l କନ୍ଧମାଳ ଜିଲ୍ଲାର ଅନ୍ୟତମ ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳଙ୍କୁ ମଧ୍ଯ ପ୍ରଜାପତି ଶିଶୁ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଉଭୟଙ୍କୁ ସମଗ୍ର ଜିଲ୍ଲାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l

ad-week
Leave A Reply

Your email address will not be published.